କେନ୍ଦ୍ରାପଡାରୁ ଭୁବନେଶ୍ୱରକୁ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ପୂର୍ବତଟ ରେଳପଥ ପରିଚାଳକଙ୍କୁ ସ୍ମାରକପତ୍ର

କେନ୍ଦ୍ରାପଡ଼ା,୧୯/୦୯/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପାଡାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସିଧାସଳଖ ପ୍ୟାସେଞ୍ଜର ଟ୍ରେନ ଚଳାଚଳ ପାଇଁ ପୂର୍ବତଟ ରେଳବାଇର ମ୍ୟାନେଜରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଶୁକ୍ରବାର କେନ୍ଦ୍ରାପଡାର ସାମାଜିକ କର୍ମୀ ସମୀର ଚାନ୍ଦ, ସଞ୍ଜୟ ରାଉତ ଓ ଅମିୟ ବଳଙ୍କ ନେତୃତ୍ୱରେ ଏକ ଦଳ ପୂର୍ବତଟ ରେଳବାଇର ମ୍ୟାନେଜରଙ୍କୁ ଭେଟି ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

କେନ୍ଦ୍ରାପଡାରୁ ପ୍ରତିଦିନ ହଜାରେ ଲୋକ ଚାକିରୀ, ଶିକ୍ଷା, ବ୍ୟବସାୟ ଓ ଚିକିତ୍ସା କାରଣରୁ ଭୁବନେଶ୍ୱର ଯାଇଥାନ୍ତି । ସିଧାସଳଖ ଟ୍ରେନ ସେବା ନଥିବାରୁ ଲୋକମାନେ ଅନେକ କଷ୍ଟ ଭୋଗୁଛନ୍ତି ବୋଲି ସେଥିରେ ଉଲ୍ଲେଖ କରାଯାଇଛି । ସ୍ମାରକପତ୍ର ମାଧ୍ୟମରେ କେନ୍ଦ୍ରାପାଡା–ଭୁବନେଶ୍ୱର ରୁଟ୍ରେ ଶୀଘ୍ର ପ୍ୟାସେଞ୍ଜର ଟ୍ରେନ ଚଳାଚଳ କରାଯିବାକୁ ପୂର୍ବତଟ ରେଳବାଇ ନିକଟରେ ଦାବି ରଖାଯାଇଛି ।

 

 

Leave a Reply

Your email address will not be published. Required fields are marked *