କଟକରେ ଡବଲ୍ ଏନକାଉଣ୍ଟର — ଦୁର୍ଦ୍ଧାନ୍ତ ଅପରାଧୀ କଟାସ ଓ ଜୁବୁଲା ଆହତ

କଟକ, ୧୮/୦୪/୨୦୨୫(ଓଡ଼ିଶା ସମାଚାର)- କଟକରେ ଡବଲ୍ ଏନକାଉଣ୍ଟର । ଚୌଦ୍ୱାର ଇନ୍ଦ୍ରାଣିପାଟଣା ଅଞ୍ଚଳ ଜାତୀୟ ରାଜପଥ ନିକଟରେ ଦୁଇ ଦୁର୍ଦ୍ଧାନ୍ତ ଅପରାଧୀ କଟାସ ଓରଫ ସଂଗ୍ରାମ ରାଉତ(୩୪) ଓ ଜୁବୁଲା ଓରଫ ଶୁଭ୍ରଜିତ ପରିଡ଼ା (୩୨)କୁ ପୋଲିସ ଏନକାଉଣ୍ଟର କରିଛି ।

ଦୁହିଁଙ୍କ ଗୋଡରେ ଗୁଳି ବାଜିଛି । ଆହତ ଦୁଇ ଅଭିଯୁକ୍ତଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ସେମାନେ ଅସ୍ଥି ଶଲ୍ୟ ବିଭାଗର ୩୪ ଓ ୩୫ ନମ୍ବର ବେଡ଼୍ ରେ କଡ଼ା ସୁରକ୍ଷା ବଳୟ ଭିତରେ ଚିକିତ୍ସାଧିନ ଅଛନ୍ତି । ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ଗୁଳିମାଡରେ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।


ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ପୋଲିସ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରିବା ବେଳେ ସେମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ପରେ ପୋଲିସର ପାଲଟା ଜବାବରେ ଦୁହେଁ ଆହତ ହୋଇଥିଲେ । ଅଭିଯୁକ୍ତଙ୍କ ଗୁଳିମାଡରେ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଘଟଣାସ୍ଥଳରୁ ୨ଟି ପିସ୍ତଲ, ଗୁଳି ଓ ଖୋକା , କଳା ରଙ୍ଗର ଏକ ମୋଟରସାଇକ୍ଲ ଜବତ ହୋଇଛି ।

ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି । ଜୁବୁଲା ଓରଫ ଶୁଭ୍ରଜିତର ଘର ୪୨ ମୌଜା ଅଞ୍ଚଳରେ । ତା’ ନାମରେ ୫୨ ଟି ମାମଲା ରହିଛି । ସେ ପୂର୍ବରୁ ଜେଲ୍ ମଧ୍ୟ ଯାଇଛି । ସେହିପରି କଟାସ ଓରଫ ସଂଗ୍ରାମ ରାଉତ (ସଂଗ୍ରାମ) ର ଘର ନନ୍ଦନକାନନ ଅଞ୍ଚଳରେ । ତା’ ନାମରେ ୧୮ଟି ମାମଲା ରହିଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *