କେନ୍ଦ୍ରାପଡ଼ା, ୧୯/୦୯/୨୦୨୫(ଓଡ଼ିଶା ସମାଚାର)- ଅଗ୍ରଣୀ ସାହିତ୍ୟ ପତ୍ରିକା ମୌସୁମୀ ପୂଜା ବିଶେଷାଙ୍କର ଶୁଭ ଉନ୍ମୋଚନ ଶ୍ରୀବଳଦେବଜୀଉ ମନ୍ଦିର ବେଢାରେ ଗୁରୁବାର ସମ୍ପନ୍ନ ହେଇଯାଇଛି ।
ଏହି ଅବସରରେ ମୌସୁମୀର ସଭାପତି ଶିକ୍ଷାବିତ ନନ୍ଦ କିଶୋର ପରିଡା, ବିଶିଷ୍ଟ ସାହିତ୍ୟକାର ଡ଼ ବାସୁଦେବ ଦାସ, ପ୍ରାବନ୍ଧିକ ଡ଼ ସର୍ବେଶ୍ୱର ସେଣ, ମୌସୁମୀର ସମ୍ପାଦକ କବି ଡ଼ ଶ୍ରୀଧର ସାମଲ, କବି ପ୍ରେମାନନ୍ଦ ଖଣ୍ଡୁଆଳ, ଗବେଷକ ନିରଞ୍ଜନ ମେକାପ, କବି ବୃନ୍ଦାବନ ଦାସ, ନାଟ୍ୟକାର ସଞ୍ଜୟ ମଲ୍ଲିକ,କବି ଅଜୟ ପାତ୍ର,କବି ରଞ୍ଜନ ବାଇ, କବି ନିରୁପମା ଦାସ, କବି ସତ୍ୟନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ୧୧୬ ପୃଷ୍ଠା ସମ୍ବଳିତ ଏହି ପତ୍ରିକାରେ ଆକର୍ଷଣୀୟ ପ୍ରଚ୍ଛଦ ସହ ଓଡିଶାର ପ୍ରବୀଣ ଓ ନବୀନ ଲେଖକ ଲେଖିକାଙ୍କ ଲେଖା ସ୍ଥାନିତ ହୋଇଛି । ପତ୍ରିକାଟି ପୂଜା ବଜାରରେ ବେଶ ପାଠକୀୟ ଆଦୃତି ଲାଭ କରିବ ଏଥିରେ ସନ୍ଦେହ ନାହିଁ ।
