ଅଯୋଗ୍ୟ ଙ୍କୁ ଭତ୍ତା ପ୍ରଦାନ ମହଙ୍ଗା ପଡିଲା, ବଦଳିଲେ ବିବାଦୀୟ ଵି ଏସ୍ ଏସ୍ ଓ

କଟକ ସଦର, ୧୬/୦୫/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଵ୍ଲକରେ ଅଯୋଗ୍ୟ ହିତାଧୀକାରୀ ଙ୍କୁ ଭତ୍ତା ପ୍ରଦାନ କରିବା ଧରାପଡ଼ିବା ପରେ ସାମାଜିକ ସୁରକ୍ଷା ଅଧିକାରିଣୀ(ଵିଏସଏସଓ) ପ୍ରିୟଦର୍ଶିନୀ ମହାପାତ୍ର ଙ୍କୁ ସାଲେପୁର ଵ୍ଲକ କୁ ଵଦଳି କରିଦିଆ ଯାଇଥିବା ଜଣାପଡିଛି।

ପ୍ରକାଶ ଯେ ଆୟତପୁର ପଞ୍ଚାୟତର ଜନୈକ ପୂର୍ବତନ ସରପଂଚ ଙ୍କ ସ୍ୱ।ମୀ, ପତ୍ନୀ ସରକାରୀ ଚାକିରୀରୁ ଅଵସର ନେବା ପରେ ପେନସନ ପାଉଛନ୍ତି,ପ୍ରତିଷ୍ଠିତ ଠିକାଦାର,ଅଚଳାଚଳ ସମ୍ପତ୍ତିର ମାଲିକ ନିମାଇଁ ଚରଣ ମହାପାତ୍ର ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉଥିବା ବେଳେ ସରପଂଚ ଙ୍କ ଅଭିଯୋଗ ଉପରେ ତାହା ବନ୍ଦ ହୋଇଥିବା ଚର୍ଚ୍ଚା ର ଵିଷୟ ହୋଇଥିଲା।

ଜଣେ ସରକାରୀ ଦଳର ପ୍ରତିଷ୍ଠିତ ଵ୍ୟକ୍ତି ସରକାରୀ କର୍ମଚାରୀଙ୍କୁ ପ୍ରଭାବିତ କରି ଭତ୍ତା ନେବା ଏଵଂ ସରକାରୀ କର୍ମଚାରୀମାନେ କିଭଳି ଆୟ ପ୍ରମାଣପତ୍ର ଦେଇ ଭତ୍ତା ପ୍ରଦାନ କରିବା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପାଇଁ ରାଜସ୍ବ ନୀରିକ୍ଷକ ଓ ସାମାଜିକ ସୁରକ୍ଷା ଅଧିକାରିଣୀ ଉଭୟେ ଦାୟି ହୋଇଥିବା ରୁ ଉଭୟ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ର ଆବଶ୍ୟକତା ଅଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *