ବ୍ରହ୍ମପୁର ଓ ବରାଳ ଠାରେ ଦୁଇଟି ଗ୍ରାମ୍ୟ ଉନ୍ନୟନ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

କଟକ ସଦର,୧୩/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୪୨ ମୌଜାର ବ୍ରହ୍ମପୁର ଓ ଵରାଳ ଠାରେ ଆଜି ଶୁକ୍ରବାର ଦିନ ୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଦୁଇଟି ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ କରିଥିବା ଜଣାପଡିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଆଦର୍ଶ ସ୍ୱର୍ଣ୍ଣକାର, କନିଷ୍ଠ ଯନ୍ତ୍ରୀ ଇଂ ମାନସ ରଞ୍ଜନ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଯୁବ ସମାଜସେବୀ ଅମିତାଭ ବିଶ୍ୱାଳ, ସୌମ୍ୟ ରଞ୍ଜନ ଦାସ, ଅମରେନ୍ଦ୍ର ଦାସ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *