ରାତି ହୋଇଛି ସାଥୀ, ରାଜହଂସ ଵାଲି ଘାଟ ମାଫିଆଙ୍କ ପାଇଁ ପାଲଟିଛି ଭୁସ୍ୱର୍ଗ, ରାତିରେ  ଉଠୁଛି ଶହ ଶହ ଟ୍ରିପ ଵାଲି

କଟକ ସଦର,୧୩/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ତଥା କଟକ ସଦର ତହସିଲ ଏବଂ କନ୍ଦରପୁର ଥାନା ଅଧିନସ୍ଥ କାଠଯୋଡି ନଦୀର ରାଜହଂସ ବେଆଇନ ବାଲି ଘାଟରୁ ପ୍ରତିଦିନ ରାତିରେ ଶହ ଶହ ଟ୍ରିପ ଚୋରା ବାଲି ଉଠୁଥିବା ଅଭିଯୋଗ ହେଉଛି। ଉକ୍ତ ଘାଟ ବାଲି ଚୋରଙ୍କ ପାଇଁ ସୁନା ଅଣ୍ଡା ଦିଆ କୁକୁଡ଼ା ସଦୃଶ ହୋଇଛି। ଏହା ଦ୍ୱାରା ପ୍ରତିଦିନ ରାତିରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ କ୍ଷତି ହେଉଥିବା ଜଣାପଡିଛି। ଏଥିପ୍ରତି ଖଣି ବିଭାଗ, ରାଜସ୍ବ ବିଭାଗ ଓ ଆରକ୍ଷୀ ବିଭାଗ କାହା ସ୍ୱାର୍ଥରେ ନିରବଦ୍ରଷ୍ଟା ସାଜିଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *