କେ. ରବିଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ’

ବରିଷ୍ଠ ସାମ୍ବାଦିକଙ୍କୁ ପେନ୍ସନ ଓ ୯ଜଣଙ୍କୁ ସ୍ମାରକୀ ସମ୍ମାନ ପ୍ରଦାନ କରାଯିବ
ଭୁବନେଶ୍ୱର,୧୩/୧୧/୨୦୨୬ (ଓଡ଼ିଶା ସମାଚାର)-ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ପକ୍ଷରୁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଚଳିତ ମାସ ୧୬ ତାରିଖ ସୋମବାର ଅପରାହ୍ନ ୩ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ‘ଜାତୀୟ ପ୍ରେସ୍ ଦିବସ-୨୦୨୬’ ପାଳନ କରାଯିବ । ଏହି ଅବସରରେ ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ଦୈନିକ ସମ୍ବାଦପତ୍ର ଦି ଷ୍ଟେଟସ୍ ମ୍ୟାନ୍ ର ସମ୍ପାଦକ କେ. ରବିଙ୍କୁ ‘ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ-୨୦୨୬’ ପ୍ରଦାନ କରାଯିବ । ଏଥିସହିତ ରାଜ୍ୟର କେତେକ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ ପ୍ରଦାନ କରାଯିବା ସହିତ ୯ ଜଣ ବରିଷ୍ଠ ସାମ୍ବାଦିକଙ୍କ ସ୍ମୃତି ଉଦ୍ଧେଶ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯିବ ।
ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ଆନୁକୂଲ୍ୟରେ କେନ୍ଦ୍ର ସରକାରଙ୍କ ଅଧିନରେ ରାଜ୍ୟରେ ଥିବା ଦୂରଦର୍ଶନ କେନ୍ଦ୍ର, ଆକାଶବାଣୀ, ପ୍ରେସ୍ ଇନଫରମେସନ ବୁ୍ୟରୋ (ପିଆଇବି), ସେଂଟ୍ରାଲ ବୁ୍ୟରୋ ଅଫ କମୁ୍ୟନିକେଶନ (ସିବିସି) ଏବଂ ଏକାଡ଼େମୀ ଅଫ୍ ମ୍ୟାନେଜମେଂଟ ଆଣ୍ଡ ଇନଫରମେସନ ଟେକ୍ନୋଲୋଜି (ଅମିତ୍)ର ମିଳିତ ସହଯୋଗରେ ‘ଜାତୀୟ ପ୍ରେସ୍ ଦିବସ-୨୦୨୬’ ପାଳନ କରାଯିବ । ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ତଥା ଲୋକସେବକ ମଣ୍ଡଳର ଉପାଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ନ୍ୟାୟମୂର୍ତି, ରାଜନେତା, ମନ୍ତ୍ରୀମଣ୍ଡଳର ସଦସ୍ୟ, ବିଧାୟକ, ପ୍ରଶାସକ ଓ ବରିଷ୍ଠ ସାମ୍ବାଦିକମାନେ ଯୋଗଦେବେ ।

ସେହିପରି ଦିଲ୍ଲୀ ୟୁନିଭରସାଲ ଟାଇମ୍ସ ମିରର ସମ୍ବାଦପତ୍ରର ସମ୍ପାଦକ କେଶକ ବଟକ, ବାଙ୍ଗାଲୋର ଫି୍ରଡ଼ମ ଟିଭିର ପରିଚାଳନା ନିର୍ଦେଶକ ନାଗାରାଜୁ ଏଲ.ଏମ୍, ଚେନ୍ନାଇ ମାରୁଧାମ୍ ମଲ୍ଟି ମିଡ଼ିଆ ଲିମିଟେଡ଼ର କାର୍ଯ୍ୟକାରୀ ନିର୍ଦେଶକ ଏନ୍. ଶ୍ରୀନିବାସନ, ତେଲେଙ୍ଗାନା ସାଇକି୍ରଷ୍ଣା ପବ୍ଲିକେଶନର ସମ୍ପାଦକ ଭି. ଶ୍ରୀନିବାସ ରେଡ୍ଡି, ବିଶାଖାପାଟଣା ଏରଜୁ ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକ ଭି. ଶଶିଭୂଷଣ ରାଓ ଓ କୋଲକତା ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପର ଏଇ ସମୟ ସମ୍ବାଦପତ୍ରର ବରିଷ୍ଠ ସହକାରୀ ସମ୍ପାଦକ ଚିତ୍ରଦୀପ ଚକର୍ତର୍ୀ ପ୍ରମୁଖଙ୍କୁ ‘ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ ସମ୍ମାନ-୨୦୨୬’ରେ ସମ୍ମାନିତ କରାଯିବ । ବେଦାନ୍ତ ଲିମିଟେଡ଼ର କର୍ପୋରେଟ ଆଫାୟର୍ସ ହେଡ଼ ଅମିତ ସିଂଙ୍କୁ କର୍ପୋରେଟ କମୁ୍ୟନିକେସନ ଆଣ୍ଡ ପବ୍ଲିକ ରିଲେସନ୍ସ ସମ୍ମାନ-୨୦୨୬ରେ ସମ୍ମାନିତ କରାଯିବ ।

ଗତବର୍ଷ ତଥା ୨୦୨୫ ମସିହାରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ନମ୍ବର ରଖିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ବାଣିବିହାରର ଉମେ ସୁମାୟାଙ୍କୁ ‘ରବି ନାରାୟଣ ମହାନ୍ତି ସ୍ମାରକୀ ସମ୍ମାନ-୨୦୨୬’, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଏଲିନା ମିଶ୍ରଙ୍କୁ ‘ପ୍ରଦୁ୍ୟମ୍ନ ବଳ ସ୍ମାରକୀ ସମ୍ମାନ-୨୦୨୬’, ରେଭେନ୍ସା ବିଶ୍ୱବିଦ୍ୟାଳୟ କଟକର ସୁଶ୍ରୀ କଲ୍ୟାଣୀ ଜେନାଙ୍କୁ ‘ରାମହରି ମିଶ୍ର ସ୍ମାରକୀ ସମ୍ମାନ-୨୦୨୬’, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭଞ୍ଜବିହାରର ଆଶିଷ କୁମାର ପ୍ରଧାନଙ୍କୁ ‘ବରେନ୍ଦ୍ରକୃଷ୍ଣ ଧଳ ସ୍ମାରକୀ ସମ୍ମାନ-୨୦୨୬’, ଢେଙ୍କାନାଳସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମ୍ଏସ୍)ର ଓଡ଼ିଆ ସାମ୍ବାଦିକତା ଛାତ୍ରୀ ମିସ୍ ଅନନ୍ୟା ପୋଦ୍ଧାରଙ୍କୁ ‘ଦିଲ୍ଲୀପ ଶତପଥୀ ସ୍ମାରକୀ ସମ୍ମାନ-୨୦୨୬’, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଭୁବନେଶ୍ୱରର ଅକ୍ଷୟ କୁମାର ହୋତାଙ୍କୁ ‘ଅରିନ୍ଦମ ଦାଶ ସ୍ମାରକୀ ସମ୍ମାନ-୨୦୨୬’ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ସବିତା ସ୍ୱାଇଁଙ୍କୁ ‘ଗୋପାଳ ମିଶ୍ର ସ୍ମାରକୀ ସମ୍ମାନ-୨୦୨୬’ ଏବଂ ଫକୀର ମୋହନ ବିଶ୍ୱବିଦ୍ୟାଳୟ ବାଲେଶ୍ୱରର ରିଶିିତା ରାୟଚୌଧୁରୀଙ୍କୁ ‘ଅରୁଣ ପଣ୍ଡା ସ୍ମାରକୀ ସମ୍ମାନ-୨୦୨୬’, ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନ ଆଇଆଇଏମ୍ଏସ୍ ର ଇଂରାଜୀ ସାମ୍ବାଦିକତା ଛାତ୍ରୀ ମିସ୍ ପ୍ରିୟା ପ୍ରକାଶଙ୍କୁ ‘ଦୁଲାଲ ମିଶ୍ର ସ୍ମାରକୀ ସମ୍ମାନ-୨୦୨୬ ପ୍ରଦାନ କରାଯିବ ।

ପ୍ରେସ୍ କାଉନସିଲ୍ ଅଫ ଇଣ୍ଡିଆ ପକ୍ଷରୁ ନଭେମ୍ବର ୧୬ ତାରିଖରେ ପାଳନ କରାଯାଉଥିବା ‘ଜାତୀୟ ପ୍ରେସ୍ ଦିବସ-୨୦୨୬’ର ସେମିନାର ଆଲୋଚନାର ବିଷୟବସ୍ତୁ ହେଲା ‘ସାମ୍ବାଦିକତା-ଲୋକପ୍ରିୟତା ନା ଦାୟିତ୍ୱବୋଧ’? ବୋଲି ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସମ୍ପାଦକ ସନତ ମିଶ୍ର ଏବଂ ଉପସଭାପତି ପ୍ରଦୁ୍ୟମ୍ନ କୁମାର ମହାନ୍ତି ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *