କଟକ ସଦର, ୧୮/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମୋଦି ଙ୍କ ଜନ୍ମ ଦିଵସ ସେପ୍ଟେମ୍ବର ୧୭ ରୁ ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ ପର୍ଯ୍ୟନ୍ତ ‘ ସେବା ପକ୍ଷ’ ପାଳନ ଅବସରରେ ଆଜି ଗୁରୁବାର ଦିନ କଟକ ସଦର ର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ବିଜେପି ମୂଖପାତ୍ର ଦିଲିପ ମଲ୍ଲିକ ସୁଦାମଵତୀ ମଣ୍ଡଳର ସିର୍ଲୋ ଶନି ମନ୍ଦିରଠାରେ ‘ମା’ ପାଇଁ ଗଛଟିଏ ଅଭିଯାନ’ରେ ସାମିଲ ହୋଇ ଚାରା ରୋପଣ କରିଥିବା ଜଣାଯାଇଛି।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନିର୍ମଳ ଦାସ, ଗୋକୁଳ ପ୍ରଧାନ,କିରଣ ସାହୁ,ଚନ୍ଦନ ସେନାପତି, ଗୋବର୍ଦ୍ଧନ ଖୁଣ୍ଟିଆ, ବୈଷ୍ଣବ ଚରଣ ଗାଇଆ ପ୍ରମୁଖ ବହୁ ବିଜେପି କର୍ମୀ ଯୋଗଦେଇ ଥିଲେ। ସେହିପରି ଗତକାଲି ବୁଧବାର ଦିନ ଶ୍ରୀ ମଲ୍ଲିକ ଉରାଳି ମଣ୍ଡଳ ଖଣ୍ଡେଇତା ପଞ୍ଚାୟତ ଧାନଘରପଡା ଠାରେ ବିଜେପି କର୍ମୀ ମାନଙ୍କ ଗହଣରେ ଚାରା ରୋପଣ କରିଥିଲେ। ଏଥିସହିତ ତେଲେଙ୍ଗା ପେଣ୍ଠ ଠାରେ ଥିବା ପଣ୍ଡା କ୍ୟାନ୍ସର ହସପିଟାଲ ରେ ରାଜ୍ୟ ଵିଜେପି ନେତା ଗୋଲକ ମହାପାତ୍ର ଙ୍କ ସହ ରୋଗୀମାନଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ରେ ଶ୍ରୀ ମଲିକ ଆଜି ସାମିଲ ହୋଇଥିଲେ।
