ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ।

ଜୁନାଗଡ଼,୧୮/୦୯/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ସୁସ୍ଥ ନାରୀ ଓ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଭଗବାନ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ, ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ପୂର୍ବତନ ବ୍ଲକ ଅଧକ୍ଷ ମନୋଜ ମେହେର, ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ, ଅଜୟ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ସୁଧାଂଶୁ ବରାଡ଼, ଆଇନଜୀବୀ ଟଙ୍କଧର ନାଏକ, କୁବୁଲେଶ୍ୱର ପାଣିଗ୍ରାହୀ, ଜାଗା ମହାନ୍ତି, ଦିବ୍ୟ ଦୀପ, ସୁରେଶ ବାଗ ପ୍ରମୁଖ ଉପସ୍ଥିତ ଥିଲେ।ରାଜ୍ୟର ସମସ୍ତ ନାରୀ ଯେମିତି ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇ ପାରିବେ, ଏ ଦିଗରେ ରାଜ୍ୟ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି ଓ ଏହାକୁ ବ୍ୟାପକ କରାଯିବା ପାଇଁ, ସ୍ବାସ୍ଥ୍ୟଧିକାରୀ ସମସ୍ତଙ୍କ ସହଯୋଗ କାମାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସହର ଗ୍ରାମାଞ୍ଚଳର ଅଙ୍ଗନବାଡି, ଆଶା ଓ ଜନସାଧାରଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *