ମାହାଙ୍ଗା, ୧୪ /୧୧/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- ବିରୂପା – ଗେଙ୍ଗୁଟି ଦ୍ବିପାଞ୍ଚଳ ଅନ୍ତର୍ଗତ ମୂଳବସନ୍ତ ପଞ୍ଚାୟତ ଗୁଣୁପୁର ଗ୍ରାମର ଜଣାଶୁଣା ବର୍ଷିଆନ କବିରାଜ ସେକ ପୀର ଅଲ୍ଲୀ(୮୪) ଙ୍କର ଗୁରୁବାର ଦିନ ପରଲୋକ ଘଟିଛି । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ଧର୍ମପ୍ରାଣ ବ୍ୟକ୍ତି ଥିଲେ । ବର୍ଷ ବର୍ଷ ଧରି ଗ୍ରାମ୍ୟ ବୈଦ୍ୟଭାବେ କାର୍ଯ୍ୟକରି ଆସୁଥିବା ପୀର ଅଲ୍ଲୀଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଏହି ବର୍ଷିଆନ ବୈଦ୍ୟଙ୍କ ଅନ୍ତିମ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ବାସଭବନରେ ପହଂଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ତିମ ଶଯ୍ୟା ନିକଟରେ ପୁତ୍ର ସେକ କାସିମ ଅଲ୍ଲୀ, କନ୍ୟା ରୋଶନା ବେଗମ, ମୁନି ବେଗମ, ନାତି ସେକ ଲାଲ ବାବୁ, ସେକ ଅନିଲ ଅଲ୍ଲୀ,ରାଜନ ଅଲ୍ଲୀ, ସାହାରୁକ ଅଲ୍ଲୀ, ମସୁମ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ । ପୀର ଅଲ୍ଲୀଙ୍କ ବିୟୋଗରେ ବିଧାୟକ ଶାରଦା ପ୍ରଧାନ,ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର କର,ପୂର୍ବତନ ସରପଞ୍ଚ ଭ୍ରମରବର ରାଉତରାୟ, ପୂର୍ବତନ ସରପଞ୍ଚ ଅଭିନ୍ନ ଜେନା,ପ୍ରଭାତ କୁମାର କର,ସାମାଜିକ କର୍ମୀ ଅଖିଳେଶ ମହାନ୍ତି, ସରୋଜ କୁମାର ପରିଡା,ଶୁଭେନ୍ଦୁ ସାମଲ,ଭାଗ୍ୟଧର ମହାନ୍ତି, ପଞ୍ଚାନନ ପଣ୍ଡା, ବଟକୃଷ୍ଣ ଦାଶ,ଉପେନ୍ଦ୍ରନାଥ ରଣା, ଅରୁଣ କୁମାର ଲେଙ୍କା,ଅରୁଣ ନାଥ,ସଂଗ୍ରାମ ସାମଲ, ରାମଚନ୍ଦ୍ର ମହାପାତ୍ର, ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।