କେନ୍ଦ୍ରାପଡ଼ା,୦୯/୦୮/୨୦୨୫(ଓଡ଼ିଶା ସମାଚାର)- ସମଗ୍ର ବିଶ୍ୱରେ ଆଜି ସଂସ୍କୃତ ଦିବସ ପାଳନ ହେଉଥିବା ବେଳେ କେନ୍ଦ୍ରାପଡା ଜିଲାରେ ମଧ୍ୟ ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁର ସ୍ଥିତ ଆନନ୍ଦମାର୍ଗ ବିଦ୍ୟାଳୟ ପରିସରରେ ଚଉଦକୁଲାଟ ତମାଳଶାସନର ହରକୁମାର ଛାୟା ସେଂଟର ଫର ସୋସିଆଲ ଡେଭଲପମେଂଟ ଆନୁକୂଲ୍ୟରେ ବିଶ୍ୱ ସଂସ୍କୃତ ଦିବସ ପାଳନ ଉପଲକ୍ଷେ କିଶୋର ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟଅତିଥି ଭାବେ ପରିବେଶବିତ୍ ସନ୍ତୋଷ କୁମାର ଜେନା, ମୁଖ୍ୟବକ୍ତା ଭାବେ ଗାଳ୍ପିକ ପ୍ରଦୀପ ନାୟକ, ସମ୍ମାନୀତ ଅତିଥି ଭାବେ ଆନନ୍ଦମାର୍ଗର ଆଚାର୍ଯ୍ୟ
ବିକାଶାନନ୍ଦ ଅବଧୂତ ବାବା, ସମାଜସେବୀ କାନନ ବାଳା ଦାସ, ରମେଶ ଚନ୍ଦ୍ର ସାହୁ ଓ ପ୍ରଶାନ୍ତ କୁମାର ପାତ୍ର ପ୍ରମୁଖ ଯୋଗଦେଇ ସଂସ୍କୃତ ଶିକ୍ଷାର ଗୁରୁତ୍ୱ ଓ ସାଂସାରିକ କ୍ଷେତ୍ରରେ ବ୍ୟବହାରିକ ବିଷୟ ଉପରେ ଆଲୋକପାତ କରିଥିଲେ ।
ଘରେ ଘରେ ସଂସ୍କୃତ ଭାଷାର ବ୍ୟବହାର ପାଇଁ ଉପସ୍ଥିତ ସଂସ୍କୃତାନୁରାଗୀମାନେ ଦୃଢ ପ୍ରତିଜ୍ଞ ହୋଇଥିଲେ । ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ସଂସ୍କୃତ ଭାଷା ରହିଛି ଓ ରହିବ ମଧ୍ୟ । ଏହି କାର୍ଯ୍ୟକ୍ରମରେ ଜିଲାର ୯ଟି ବ୍ଲକ୍ ରୁ ଯୋଗଦେଇଥିବା ଶତାଧିକ ସଂସ୍କୃତାନୁରାଗୀ ନିଜ ଘରୁ ଦୃଢ ପ୍ରତିଜ୍ଞ ହୋଇ ସଂସ୍କୃତ ଭାଷାକୁ ଚଳାଇ ରଖିବାକୁ ଆହ୍ୱାନ ଦେଇଥିଲେ । ବେଦଧ୍ୱନୀ ମାଧ୍ୟମରେ ଅଧ୍ୟାପକ ପ୍ରଦୁ୍ୟମ୍ନ କୁମାର ମିଶ୍ର ଆଶୀର୍ବଚନ ପ୍ରଦାନ କରିବା ସହିତ ଉଚ୍ଚାଙ୍ଗରେ ବେଦଧ୍ୱନୀ କରିଥିଲେ । ଶେଷରେ ମନସ୍ୱିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
