ଭତ୍ତା ନେଇ ଘରକୁ ଫେରୁଥିବାବେଳେ ପାଇକା ନାଳରେ ବୁଡି ବୃଦ୍ଧ ଙ୍କ ମୃତ୍ୟୁ

କଟକ ସଦର, ୧୮/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ତଥା କନ୍ଦରପୁର ଥାନା ଅନ୍ତର୍ଗତ ବ୍ରାହ୍ମଣଵାଡ କୋଚିଲେଇ କୂଳ ଠାରେ ସଦ୍ୟ ମୃତ ପାଇକା ନଦୀ ଭିତରେ ଖୋଳାଯାଇଥିବା ପାଇକା କେନାଲ ପାଣିରେ ବୁଡ଼ି ଜନୈକ ୭୦ ବର୍ଷ ବୟସ୍କ ବୃଦ୍ଧ ବ୍ୟକ୍ତିଙ୍କ ର ଆଜି ଗୁରୁବାର ମଧ୍ୟାହ୍ନରେ ମୃତ୍ୟୁ ଘଟିଥିବା ଜଣାପଡିଛି।


ପ୍ରକାଶ ଯେ ବ୍ରାହ୍ମଣଵାଡ ଦେହୁରୀ ସାହିର ଜାମିନି ଦେହୁରୀ (୭୦) ଆଜି ଆୟତପୁର ପଞ୍ଚାୟତ କାର୍ୟ୍ୟାଳୟ ରୁ ଭତ୍ତା ନେଇ ଘରକୁ ଫେରୁଥିବାବେଳେ ପାଇକା ନାଳର କୋଚିଲେଇ କୂଳରେ ବୁଡିଯାଇଥିଲେ। ଲୋକେ ଏହାଜାଣି ଜାଲ ପକାଇ ମୃତକଙ୍କୁ ଉଦ୍ଧାର କରିଥିବା ବେଳେ ସରପଂଚ ରାକେଶ ବେହେରା ଙ୍କ ସହଯୋଗ ରେ ମୃତ ଶରୀରକୁ ପୋଷ୍ଟ ମର୍ଟମ ପାଇଁ ପଠାଯାଇଥିବା ଜଣାପଡିଛି। ହେଲେ ଏଭଳି ବୃଦ୍ଧ/ବୃଦ୍ଧାଙ୍କୁ ଘର ପାଖରେ ଭତ୍ତା ଦିଆନଯିବା ଯୋଗୁ ତାଙ୍କର ଏଭଳି ଦୁଃଖଦ ମୃତ୍ୟୁ ହେଲା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଗରୀବ ମୃତକଙ୍କ ପରିବାରବର୍ଗଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *