ପୁରୀରେ ପଦ୍ମଭୂଷଣ ସାଧ୍ୱୀ ଋତମ୍ଭରାଙ୍କ ମୁଖନିସୃତ ଶ୍ରୀମଦ ଭାଗବତ କଥା ଶୁଣିଲେ ସାଂସଦ

ସମାଜରେ ସକାରାତ୍ମକତାର ବୃହତ ରେଖା ଟାଣିବା -ଧର୍ମେନ୍ଦ୍ର ପ୍ରଧାନ

• ଜନ୍ମାଷ୍ଟମୀର ପବିତ୍ର ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହେଲେ ସାମିଲ
• ସନାତନ ପରମ୍ପରାକୁ ଆଗେଇ ନେବାରେ ଦିଦି ସାଧ୍ୱୀ ଋତମ୍ଭରାଙ୍କ ଅବଦାନ ଅତୁଳନୀୟ
• ପରାଧୀନ ମାନସିକତାରୁ ବାହାରି ନିଜ ସଂସ୍କୃତିକୁ ଆପଣାଇବା ଆମର ନୈତିକ କର୍ତ୍ତବ୍ୟ
• ଆଧ୍ୟାତ୍ମିକତାର ସୁଦୃଢ଼ ଭିତ୍ତିଭୂମି ବିନା ‘ବିକଶିତ ଭାରତ’ର ସଂକଳ୍ପ ପୂରଣ ହୋଇପାରିବ ନାହିଁ

ପୁରୀ,୦୪/୦୯/୨୦୨୬ (ଓଡ଼ିଶା ସମାଚାର)- ଯେତେବେଳେ ସମାଜରେ ନାକାରାତ୍ମକତା ବୃଦ୍ଧି ପାଏ, ସେତେବେଳେ ତାହା ସମ୍ମୁଖରେ ସକାରାତ୍ମକତାର ଏକ ବଡ଼ ରେଖା ଟାଣିବାର ଆବଶ୍ୟକତା ରହିଥାଏ ବୋଲି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ପବିତ୍ର ଅବସରରେ ପୁରୀ ଠାରେ ଆୟୋଜିତ ଶ୍ରୀମଦ ଭାଗବତ କଥା କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ କହିଛନ୍ତି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପଦ୍ମଭୂଷଣ ଦିଦି ସାଧ୍ୱୀ ଋତମ୍ଭରା ଜୀଙ୍କ ଶ୍ରୀମଦ ଭାଗବତ କଥା ଶୁଣିବା ସହ ସେ କହିଛନ୍ତି ଯେ, ପୂଜ୍ୟ ଦିଦି ମା’ ଜଣେ ଦୂରଦୃଷ୍ଟା ସନ୍ଥ, ଯିଏ ନିଜର ଦିବ୍ୟ ସାଧନା ଓ ସେବା ମାଧ୍ୟମରେ ସମାଜରେ ସକାରାତ୍ମକତାର ବୃହତ ରେଖା ଟାଣିବାର କାର୍ଯ୍ୟ କରିଛନ୍ତି ।

ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ଅନଲାଇନ୍ ମାଧ୍ୟମକୁ ଉପଯୋଗ କରି ସେ ସମାଜକୁ ଆମର ସନାତନ ପରମ୍ପରା, ସଂସ୍କୃତି ଓ ସଂସ୍କାର ସହ ଯୋଡ଼ିବାର ପ୍ରଶଂସନୀୟ ପ୍ରୟାସ କରିଛନ୍ତି । ପାଶ୍ଚାତ୍ୟ ପ୍ରଭାବ ଓ ପରାଧୀନ ମାନସିକତାରୁ ବାହାରି ନିଜ ସଂସ୍କୃତି ଓ ଗୌରବକୁ ଆପଣାଇବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ । ଏକବିଂଶ ଶତାବ୍ଦୀରେ ଆଧ୍ୟାତ୍ମିକତାର ସୁଦୃଢ଼ ଭିତ୍ତିଭୂମି ବିନା ‘ବିକଶିତ ଭାରତ’ର ସଂକଳ୍ପ ପୂରଣ ହୋଇପାରିବ ନାହିଁ । ବଦଳୁଥିବା ସମୟ ସହ ଆସୁଥିବା ନୂତନ ଆହ୍ୱାନ୍‌ଗୁଡ଼ିକର ସାମ୍ନା କରିବା ପାଇଁ ଆଧ୍ୟାତ୍ମିକତା ହିଁ ଆମର ସବୁଠାରୁ ବଡ଼ ଶକ୍ତି ।

ସାଧ୍ୱୀ ଋତମ୍ଭରା ଜୀଙ୍କ ଦ୍ୱାରା ଅନଲାଇନ୍ (ଗୁଗଲ୍ ମିଟ୍) ମାଧ୍ୟମରେ ପ୍ରତିସନ୍ଧ୍ୟାରେ ଆୟୋଜିତ ହେଉଥିବା ହନୁମାନ ଚାଳିଶା ପାଠ ଓ ସନ୍ଧ୍ୟା ଆରତୀରେ ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ଶ୍ରଦ୍ଧାଳୁମାନେ ସାମିଲ ହେବା ପାଇଁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି। ଶ୍ରୀମଦ ଭାଗବତ କଥା ଓ ଅନଲାଇନ୍ ସତ୍ସଙ୍ଗ ମାଧ୍ୟମରେ ସମାଜରେ ସେବା, ସଂସ୍କାର ଓ ସ୍ୱାଭିମାନର ଜାଗରଣ ଆଣିବା ପାଇଁ ସେ ଆହ୍ୱାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *