କଳାହାଣ୍ଡି ଜିଲ୍ଲା,୧୭/୦୯/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)-ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମଥୁରା ଯାଦବ ସମାଜ ଭବନ ଠାରେ ଆଜି ବ୍ଲକ ଯାଦବ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାପତି ଗୌର ବାଗଙ୍କ ପୌରହିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ସାମାଜିକ ବୈଠକରେ ସମାଜରୁ କୁ ସଂସ୍କାର ଦୂର କରିବା, ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ଉନ୍ନତି, ଅହୀର ରେଜିମେଣ୍ଟ ସ୍ଥାପନା, ଗୋପାଲନ ଦିଗରେ ସରକାରୀ ସୁବିଧା ସୁଯୋଗ ଯାଦବ ସମ୍ପ୍ରଦାୟର ଲୋକଙ୍କୁ ପ୍ରଧାନ୍ୟ ଦେବା, ଏକ ସଂଖ୍ୟା ବହୁଳ ଜାତି ହିସାବରେ ସରକାରୀ ସୁବିଧା ଯୋଗେଇବା ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।
ଏହି ସଭାରେ ବରିଷ୍ଠ ଯାଦବ ନେତୃତ୍ୱ ଟିକଚନ୍ଦ ନାଗ,ଶ୍ରୀପତି ଭାଟି,ଗୋପାଳ ନାଗ,ପ୍ରତାପ ରାଉତ,ଇଶ୍ୱର ଗୋପାଳ,ସିମାଞ୍ଚଳ ନାଗ,କାର୍ତିକ ବାଗ,ସଙ୍ଗୀତା ଖର୍ସେଳ, ବ୍ଲକ ସଭାପତି,ଗୌରହରୀ ବାଗ ସହ ସମ୍ପାଦକ,ଖ୍ୟମା ସାଗର ବଗର୍ତ୍ତୀ ଉପ ସଭାପତି, ଇଶ୍ୱର ଗୋପାଳ କୋଷାଧ୍ୟକ୍ଷ,ଚିତ୍ରସେନ ଛାତ୍ରିଆ ଯୁବ ସଭପତି, ଯଶ୍ମୀର ନାଏକ ମହିଳା,ନଗର ସଭାପତି- ଡମ୍ବରୁ କଟା ନଗର ସମ୍ପାଦକ -ନୀଳାଦ୍ରି ପୁଞ୍ଜି ପ୍ରମୁଖ ଉପସ୍ଥିତ ରହି, ଆଗାମୀ ଦିନରେ କିପରି ସମାଜକୁ ସୁସଙ୍ଗଠିତ କରାଯିବ, ଏ ବିଷୟରେ ଆଲୋକପାତ କରିଥିଲେ।ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜର ଲୋକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
