ମାହାଙ୍ଗା ୧୭/୦୯/୨୦୨୫ (ଓଡିଶା ସମାଚାର/ଅଭୟ ଜେନା) ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦ ସଭାପତି ତଥା ସ୍ଥାନୀୟ ସମିତିସଭ୍ୟାଙ୍କ ପ୍ରତିନିଧି ଅଖିଳେଶ ପଦ ମହାନ୍ତି ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ, ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମଦିନକୁ ଆନନ୍ଦ ଉତ୍ସାହର ସହିତ ପାଳନ କରିଥିଲେ ।
ସ୍କୁଲ ପରିସରରେ ଆମ୍ବ, ପିଜୁଳି, କାଗାଜି, ଆକାଶିଆ ଭଳି ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା । ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା,ସ୍କୁଲର ଶିକ୍ଷୟିତ୍ରୀ,ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକ ମାନେ ଉତ୍ସବରେ ଉପସ୍ଥିତ ଥିଲେ ।
ପ୍ରଧାନଶିକ୍ଷୟିତ୍ରୀ ସୌଦାମିନୀ ଶରଣ,ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ପ୍ରଧାନ,ବ୍ଲକ ଏଡିଇଓ ବିଦୁଲତା ସିଂ, ସ୍କୁଲ ଶିକ୍ଷକମିଟି ସଭାପତି ଶରତ କୁମାର ବେହେରା,ସଂଗଠକ ନିରଞ୍ଜନ ମୁଦୁଲି, ଅଜୟ ସ୍ୱାଇଁ, ଗୌରୀଶଙ୍କର ମହାପାତ୍ର,ବିଷ୍ଣୁ ଚରଣ ବେହେରା,ସୂର୍ଯ୍ୟମଣି ଧଳ,ଜାଭେଦ ଖାଁ, ଅବଦୁଲ ହମିଦ, ମନିରୁଦ୍ଦିନ ଖାଁ,ରାକେଶ ବେହେରା, ଶିକ୍ଷୟିତ୍ରୀ ସବିତା ଦାସ, ମମତା ସାମଲ, ନୀଳାଶ୍ରୀ ନିରୋଜା ନଳିନୀ, ସୁବର୍ଣ୍ଣା ମଞ୍ଜରୀ ମଲ୍ଲିକ, ଅଙ୍ଗନବାଡି କର୍ମୀ ଭାରତୀ ବେହେରା, ଜୟଶ୍ରୀ ମହାପାତ୍ର, ମଧୁଲିତା ମହାପାତ୍ର, ସ୍ମିତାଞ୍ଜଳି ପାତ୍ର, ସୁଚିତ୍ରା ସେଠୀ, ରଶ୍ମିତା ମହାନ୍ତି,ନିବେଦିତା ସାମଲ, ପୁଷ୍ପଲତା ବେହେରା ଏବଂ ପରମାନନ୍ଦ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ବିଦ୍ୟାଳୟର ଇକୋ କ୍ଲବ ଛାତ୍ର-ଛାତ୍ରୀ ମାନେ ବୃକ୍ଷ ରୋପଣ କରିଥିବାବେଳେ, ସଂଗୀତ ନୃତ୍ୟ ଏବଂ ବକ୍ତୃତା ପ୍ରତିଯୋଗିତାରେ ଭାଗନେଇ କୃତକାର୍ଯ୍ୟ ହୋଇଥିବା ବିଦ୍ୟାର୍ଥୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ ।
