ବିଧାନସଭା ଅଧିବେଶନ ପାଇଁ ରାଜଧାନୀରେ ଟ୍ରାଫିକ୍ କଟକଣା

ଭୁବନେଶ୍ୱର,୧୬/୦୯/୨୦୨୫(ଓଡ଼ିଶା ସମାଚାର)- ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ପାଇଁ ରାଜଧାନୀରେ ଟ୍ରାଫିକ୍ କଟକଣା କରାଯିବ । ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ରାଜଧାନୀରେ ଗାଡି ଚଳାଚଳ ଓ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯିବ ।

ନିରାଦତାକୁ ଦୃଷ୍ଟିରେ ରଖି ବିଧାନସଭା ସଂଲଗ୍ନ ରାସ୍ତାମାନଙ୍କରେ ଓଡିଶା ସହରାଂଚଳ ଆଇନ୍ ୨୦୦୩ ର ଧାରା ୨୮ ଓଡିଶା ଆକ୍ଟ ୨୦୦୭ର ଧାରା ୮ ଏବଂ ପୋଲିସ କମିଶନରେଟ୍ ଭୁବନେଶ୍ୱର କଟକ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ଓ ରେଗୁଲେଶନ ୨୦୦୮ ଧାରା ୩୭ ଅନୁସାରେ କଟକଣା ଗୁଡିକ ଲାଗୁ କରାଯାଇଛି । ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ସମସ୍ତ ଯାନବାହନ ଗୁଡିକ କେଶରୀ ଟକିଜ ଠାରୁ ବାମ ପାର୍ଶ୍ୱ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ ।

ସେହିଭଳି ଏଜି ଛକ ପଟୁ ପିଏମଜି ଛକ ଆଡକୁ ଆସୁଥିବା ସମସ୍ତ ଯାନବାହନ ଗୁଡିକ ଜୟଦେ ଭବନ ପାଖରେ ଡାହାଣ ପାଶ୍ୱେର୍ର ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ । ମାଷ୍ଟର କ୍ୟାଂଟିନ ଛକ ପଟୁ ଆସୁଥିବା ଯାନବାହନ ଗୁଡିକ ଲୋୟର ପିଏମଜିଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ରାସ୍ତା ଦେଇ ଯାଇପାରିବେ । ୧୨୦ ବାଟାଲିୟନ ଛକପଟୁ ରବିନ୍ଦ୍ର ମଣ୍ଡପ ଆଡକୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହନ ଗୁଡିକ ପାୱାର ହାଉସ ଛକ ଦେଇ ଯିବେ । ରାଜଭବନଛକ ପଟୁ ଏମଏଲଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡକୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହନ ଗୁଡିକ ଶାସ୍ତ୍ରୀ ନଗରଛକ ଆଡକୁ ଯିବେ ।

Leave a Reply

Your email address will not be published. Required fields are marked *