ଶତାୟୁ ମହିଳାଙ୍କ ବିୟୋଗରେ ଶୋକ 

ମାହାଙ୍ଗା,୧୬/୧୧/୨୦୨୪ (ଓଡ଼ିଶା ସମାଚାର/ଅଭୟ ଜେନା )-ମାହାଙ୍ଗା ବ୍ଲକ ପଲ୍ଲୀସାହି ପଞ୍ଚାୟତ ଅଢ଼ଙ୍ଗ ଗ୍ରାମର ଶତାୟୁ ଧର୍ମପ୍ରାଣ ମହିଳା କ୍ଷୀରବାଳା ନାୟକଙ୍କ ଶୁକ୍ରବାର ଦିନ ଦେହାନ୍ତ ଘଟିଛି । ସେ ଜଣେ ଧର୍ମପ୍ରାଣା, ମିଷ୍ଟଭାଷୀ, ପରୋପକାରୀ ମହିଳା ଭାବେ ବେଶ ଜଣାଶୁଣା ଥିଲେ । ତା’ଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳି ଯାଇଛି ।  ସ୍ୱର୍ଗଦ୍ୱାର ଠାରେ କ୍ଷୀରବାଳାଙ୍କ ଅନ୍ତିମ ସତ୍କାର କରାଯାଇଥିଲା ।  ସାନପୁଅ ଶଶିକାନ୍ତ ନାୟକ ମୁଖାଗ୍ନି ପ୍ରଦାନ କରିଥିଲେ । ବଡପୁଅ ଉମାକାନ୍ତ ନାୟକ,ମଧ୍ୟମ ପୁତ୍ର ରମାକାନ୍ତ, କମଳାକାନ୍ତ, ଦେବାଶିଷ ନାୟକ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ । ନାତି ସାମ୍ବାଦିକ ତୁଷାରଜ୍ୟୋତି ନାୟକ, ଶୁଭ୍ର ଜ୍ୟୋତି ନାୟକ, ତାରିଣୀ ପ୍ରସାଦ ନାୟକ ଏବଂ ନାତୁଣୀ ମାନଙ୍କ ସହିତ ପୁତ୍ରବଧୂ ମାନେ ସ୍ବର୍ଗୀୟା କ୍ଷୀରବାଳାଙ୍କ ଶବାଧାରରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *