ଗରଦପୁର,୧୬/୦୯/୨୦୨୫(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ନଇନ୍ଦିପୁର ଉଚ ବିଦ୍ୟାଳୟ ପରିସରରେ ଆସନ୍ତା ୧୯ ତାରିଖ ଶୁକ୍ରବାର ଦିନ ବ୍ଲକ୍ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେବ ।
ୟୁଡ଼ିଆଇଡ଼ି ସାର୍ଟିଫିକେଟ ପାଇଁ ଯେଉଁମାନେ ଅନଲାଇନ୍ ରେ ଦରଖାସ୍ତ କରିଛନ୍ତି, ସେହିମାନେ ନିଜ ନିଜର ଆଧାର କାର୍ଡ଼ ନକଲ, ୟୁଡ଼ିଆଇଡ଼ି ସାଇଟ୍ ରେ ଦରଖାସ୍ତ କରିଥିବାର ମୂଳ କାଗଜାତ , ଶିକ୍ଷାଗତ ଯୋଗ୍ୟତା ଥିଲେ ତାହାର ନକଲ , ଦୁଇଟି ପାସପୋର୍ଟ ଫଟୋ ଓ ମୋବାଇଲ ଫୋନ୍ ନମ୍ବର ସାଙ୍ଗରେ ନେଇ ଶିବିରରେ ପହଂଚିବାକୁ ପରାମର୍ଶ ଦିଆଯାଇଛି ।ସେହିପରି ଯେଉଁମାନଙ୍କର ପୂର୍ବରୁ ମେଡ଼ିକାଲ ବୋର୍ଡ଼ ପ୍ରମାଣ ପତ୍ର ଥିବ , ସେମାନେ ସାଥିରେ ଆଣିବା ଆବଶ୍ୟକ ।
ପୂର୍ବରୁ ଦରଖାସ୍ତ କରିନଥିଲେ କ୍ୟାମ୍ପକୁ ଆସିବା ଅନୁଚିତ । ଯେଉଁମାନେ ପୂର୍ବରୁ ଦରଖାସ୍ତ କରି ୟୁଡ଼ିଆଇଡ଼ି ପ୍ରମାଣ ପତ୍ର ପାଇଛନ୍ତି , ସେମାନେ ଉକ୍ତ କ୍ୟାମ୍ପକୁ ଆସିବା ଅନୁଚିତ ।ଏହା ବ୍ୟତିତ ଯେଉଁଭିନ୍ନକ୍ଷମ ଭାଇ ଭଉଣିମାନେ ଅନ୍ୟାନ୍ୟ ସୁବିଧା ଯଥା ନିଯୁକ୍ତି, ପ୍ରଶିକ୍ଷଣ, ବସ ପାସ୍ ଓ ସହାୟତା ଉପକରଣ ପାଇବାକୁ ଚାହୁଚଂନ୍ତି ସେମାନେ ଏହି ଶିବିର ରେ ଯୋଗଦାନ କରି ପାରିବେ ବୋଲି ବ୍ଲକ୍ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
