ନିଶ୍ଚିନ୍ତକୋଇଲି,୧୬/୦୯/୨୦୨୫ ( ଓଡିଶା ସମାଚାର/ଅଭୟ ଜେନା )- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଂଚଳରେ ମୁରାଦାବାଦ ଗ୍ରାମରେ ଗତ ମାସ ତିରିଶ ତାରିଖ ରାତିରେ ଭୁବନେଶ୍ୱରର ସାମ୍ବାଦିକ ପ୍ରଦ୍ୟୁମ୍ନ ମହାନ୍ତି ଙ୍କ ଘରେ ଏକ ବଡଧରଣର ଡକାୟତି ହୋଇଥିଲା । ନିଶ୍ଚିନ୍ତକୋଇଲି ପୋଲିସ ବିଭିନ୍ନ ଜିଲ୍ଲା ରେ ଚଢ଼ାଉ କରି ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିଛନ୍ତି ।

ସେମାନଙ୍କ ଠାରୁ ୮୦ଗ୍ରାମ ସୁନା, ୭୦ଗ୍ରାମ ରୁପା ଓ ନଗଦ ୨୦ହଜାର ଟଙ୍କା ଜବତ କରାଯାଇଛି । ଗିରଫ ବ୍ୟକ୍ତି ମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଥିବା ସାଲେପୁର ଏସ ଡି ପି ଓ, ଓ ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ ପୋଲିସ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି । ସେମାନଙ୍କୁ କୋର୍ଟ ଚାଲାଣ ଲରାଯାଇଥିବା ପଲିସ ସୂଚନା ଦେଇଛି ।
