ଭୁବନ,୧୫/୦୯/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ମହାବିଦ୍ୟାଳୟ ରେ ଯୁବ ରେଡ଼କ୍ରସ ଆନୁକୂଲ୍ୟ ରେ ବିଶ୍ୱ ପ୍ରାଥମିକ ଚିକତ୍ସା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଥମେ ଛାତ୍ର ଛାତ୍ରୀ ମାନେ ଏକ ଶୋଭା ଯାତ୍ରା ରେ ବାହାରି ଗ୍ରାମ ପରିକ୍ରମା କରି ପ୍ରାଥମିକ ଚିକତ୍ସା ର ମହତ୍ୱ ଓ ଉପକାରିତା ବିଷୟରେ ଲୋକ ମାନଙ୍କୁ ଅବଗତ କରାଇଥିଲେ ।
ତାପରେ ଏକ ଆଲୋଚନା ଚକ୍ର ସଭା ଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ର କୁ ଅନୁଷ୍ଠାନ୍ନ ର ଅଧ୍ୟକ୍ଷ ହିମାଂଶୁ ଶେଖର ଖଡ଼ିରତ୍ନ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁବ ରେଡ଼କ୍ରସ ର ସଂଯୋଜକ ଅନନ୍ତ ନାରାୟଣ ବାରିକ, ସଂଯୋଜିକା ଶ୍ରଦ୍ଧା ସୁମନ ଶତପଥୀ,ନକୁଳ ପଣ୍ଡା, ଇତିହାସ ବିଭାଗ ର ଅଧ୍ୟାପକ ଅନନ୍ତ କୁମାର ସାହୁ ପ୍ରମୁଖ ଉକ୍ତ ବିଷୟ ଉପରେ ଆଲୋକ ପାତ କରିଥିଲେ । ଉକ୍ତ କାର୍ଯ୍ୟ କ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ, କର୍ମଚାରୀ ମାନେ ସହଯୋଗ କରିଥିଲେ ।
