କୋରୁଆ ସରକାରୀ ହାଇସ୍କୁଲରେ ସମୂହ ଚାରାରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ଗରଦପୁର, ୨୨/୧୧/୨୦୨୩ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ କୋରୁଆ ସ୍ଥିତ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ସମୂହ ଚାରାରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ନୃସିଂହ ଚରଣ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା ସଭାରେ ଗରଦପୁର ତହସିଲଦାର ତୃପ୍ତି ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ଏବଂ ଚାରାରୋପଣ ସଂପର୍କରେ ଆଲୋକପାତ କରିଥିଲେ । ଏପରିକି ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଚାରାରୋପଣ ଏକ ମାତ୍ର ପନ୍ଥା ହୋଇଥିବାବେଳେ ଚାରାରୋପଣ ଏକ ପୂଣ୍ୟ କାର୍ଯ୍ୟ ବୋଲି ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଭାବେ ଇକୋ କ୍ଲବ୍ ର ମାଷ୍ଟର ଟ୍ରେନର ପ୍ରକୃତିବନ୍ଧୁ ଦ୍ୱାରିକାନାଥ ସେନାପତି ଯୋଗଦେଇଥିଲେ ।  ‘ପରିବେଶରେ ଗଛଲତା ଆମର ବନ୍ଧୁ’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ବରିଷ୍ଠ ବିଭାଗରେ ଛାତ୍ର ଜଗନ୍ନାଥ ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ପ୍ରିନ୍ସ ସାହୁ ଦ୍ୱିତୀୟ ଓ ସୌଭାଗ୍ୟ ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି କନିଷ୍ଠ ବିଭାଗରେ ଛାତ୍ର ଆଦିତ୍ୟ ସ୍ୱାଇଁ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଅଭିଜିତ୍ ସ୍ୱାଇଁ ଦ୍ୱିତୀୟ, ଇତିଶ୍ରୀ ପ୍ରିୟଦର୍ଶିନୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲାବେଳେ ସମସ୍ତେ ପରିବେଶ ସୁରକ୍ଷା ନିମନ୍ତେ ଚାରାରୋପଣ କରାଯିବା ପାଇଁ ସବୁଜ ଶପଥ ନେଇଥିଲେ । ଇକୋ କ୍ଲବ୍ ଶିକ୍ଷକ ନୃସିଂହ ଚରଣ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷକ ଅମିତ୍ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥିମାନେ ବିଦ୍ୟାଳୟ ପରିସରରେ କୃଷ୍ଣଚୂଡା, ବଉଳ, ଆମ୍ବ, କରଞ୍ଜ, ପିଜୁଳି ଅଦିି ଚାରାରୋପଣ କରିଥିଲେ । ଶିକ୍ଷକ ନରେନ୍ଦ୍ର କୁୁମାର ବିଶ୍ୱାଳ, ରଂଜନ କୁମାର ଜେନା, ସୌମେନ୍ଦ୍ର ସେଠୀ, ତୁଷାରକାନ୍ତ ସାହୁ, ଶିକ୍ଷୟିତ୍ରୀ ସଂଯୁକ୍ତା ନାୟକ, ସସ୍ମିତା ମଲ୍ଲିକ, ଜୟଶ୍ରୀ ମଲ୍ଲ, ପୁଷ୍ପିତା ମିଶ୍ର, ରାଜଲକ୍ଷ୍ମୀ ଆଚାର୍ଯ୍ୟ, ମମିତା ସାହାଣୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *