ଧରିଣା ପଞ୍ଚାୟତ ର ଦୁଇଟି ପ୍ରକଳ୍ପର ଉଦଘାଟନ ଓ‌ ଗୋଟିଏ ର ଶିଳାନ୍ୟାସ 

କଟକ ସଦର,୧୫/୦୯/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତର ଅର୍ଛିଲ ଠାରେ ୪୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଡେକେୟାର ସ୍ୱ।ସ୍ଥ୍ୟ କଲ୍ୟାଣ ଉପକେନ୍ଦ୍ର ଓ ଧରିଣା ଠାରେ କଦମ୍ବମୂଳ କମ୍ୟୁନିଟି ଗୃହର ଆଜି ସୋମବାର ଅପରାହ୍ନରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିଲେ।

ଏଥିସହିତ ଧରିଣାଠାରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପର ଶିଳାନ୍ୟାସ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଵିଡିଓ ପ୍ରତୀକ ସାହୁ, ସରପଂଚ ରତ୍ନାକର ରାଉତ, ସମିତି ସଭ୍ୟା ସସ୍ମିତା ଦାଶ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *