ସାଲେପୁର,୨୮/୦୯/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)ସାଲେପୁର ନିର୍ବାଚନ ମଣ୍ଡଳୀ ର ଭାତପଡା ଠାରେ ଥିବା କଂଗ୍ରେସ କାର୍ଯ୍ୟାଳୟ ରେ ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ହେବାକୁ ଥିବା ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଓ ଓଡ଼ିଶାର ପୂର୍ବତନ ସାଂସଦ ସ୍ୱର୍ଗତା ଜୟନ୍ତୀ ପଟ୍ଟନାୟକ ଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି।
ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ଓଡ଼ିଶାର ଉପସଭାପତି ହରିବନ୍ଧୁ ଶତପଥି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥି ଭାବେ ଆର ଜି ପିଆର ଏସ ରାଜ୍ୟ ସଭାପତି ସୁଦର୍ଶନ ଦାସ ଯୋଗଦେଇ ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଦିନ ସାଲେପୁର ବ୍ଲକ ବୋଦାମୁଣ୍ଡାଇ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏକ ବିରାଟ ପଦଯାତ୍ରା ବାହାରି ବେଙ୍ଗ ସାହୁ କଲୋନୀ, ସାଲେପୁର ବଜାର,ମାଛୁଆତି,କଣ୍ଟାସାହି ଦେଇ ଶିଶୁଆ ବଙ୍ଗଳା ରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଥିଲେ। ଏଥିରେ ସାଲେପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ ପଞ୍ଚାୟତ ରୁ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ମାନେ ଯୋଗ ଦେବାକୁ ଉପସ୍ଥିତ କର୍ମୀ ମାନଙ୍କୁ ହରିବନ୍ଧୁ ଶତପଥି ନିବେଦନ କରିଥିଲେ।
ଏହି ଅଵସରରେ ଆଜି କଟକ ଜିଲ୍ଲା କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ସୁଦାମ ବାରିକଙ୍କ ସଭାପତିତ୍ୱ ରେ ଓଡ଼ିଶାର ପ୍ରଥମ ମହିଳା ସାଂସଦ ସ୍ୱର୍ଗତା ଜୟନ୍ତୀ ପଟ୍ଟନାୟକ ଙ୍କ ଚତୁର୍ଥ ବାର୍ଷିକ ଶ୍ରାଦ୍ଧ ଉପଲକ୍ଷେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ଆରଜିପି ଆରଏସ ସଭାପତି ସୁଦର୍ଶନ ଦାସ, ମୁଖ୍ୟ ବକ୍ତା ଭାବେ ଆରଜିପିଆରଏସ ଓଡ଼ିଶାର ଉପ ସଭାପତି ହରିବନ୍ଧୁ ଶତପଥି ଯୋଗଦେଇ ସ୍ୱର୍ଗତା ଜୟନ୍ତୀ ପଟ୍ଟନାୟକ ଥିଲେ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ବୋଲି ମତବ୍ୟକ୍ତ କରିଥିଲେ।ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ନାଥ ସିଂ, କଟକ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସୁରେନ୍ଦ୍ର ମହାରଣା, ବିଜ୍ଞାନନ୍ଦ ଭୂୟାଁ, ସମ୍ପାଦକ ବୈକୁଣ୍ଠ ନାଥ ସ୍ବାଇଁ,ସଙ୍ଗଠକ ମନୋଜ ଖିଲାର ପ୍ରମୁଖ ନିଜ ନିଜର ମତାମତ ରଖିଥିଲେ।
ଏହି ଅବସରରେ ସମସ୍ତ ଅତିଥି ଓ ଉପସ୍ଥିତ ସମସ୍ତ କର୍ମୀମାନେ ସ୍ୱର୍ଗତା ପଟ୍ଟନାୟକଙ୍କ ଫଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସାଲେପୁର ବ୍ଲକ ସଂଖ୍ୟାଲଘୁ ସେଲ ସଭାପତି ଶେଖ ୟସୀମ,ପ୍ରଫୁଲ୍ଲ ବିଶ୍ୱାଳ, ଶ୍ରୀପତି ଲେଙ୍କା, ତ୍ରିଲୋଚନ ଲେଙ୍କା, ରଶ୍ମି ପ୍ରକାଶ କାଣ୍ଡି, ଜ୍ୟୋତି କର,ସିତୁ କର, ସୂର୍ଯ୍ୟ କାନ୍ତ କାଣ୍ଡି, ରାଜେଶ କୁମାର ସ୍ବାଇଁ,ସଞ୍ଜୟ କାଣ୍ଡି, ରାଜ କିଶୋର ଦାସ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।
