ନୂତନ ଜିଏସଟି ହାର: କୃଷି ଏବଂ କୃଷକଙ୍କ ସମୃଦ୍ଧି ପାଇଁ ଏକ ବରଦାନ

ନୂଆଦିଲ୍ଲୀ (ପିଆଇବି) : ନୂତନ ଜିଏସଟି (ସାମଗ୍ରୀ ଏବଂ ସେବା କର) ହାର କୃଷି ଏବଂ ଦୁଗ୍ଧ କ୍ଷେତ୍ରରେ ଏକ ପ୍ରମୁଖ ପରିବର୍ତନକୁ ଚିହ୍ନିତ କରୁଛି । ଜିଏସଟି ହାର ହ୍ରାସରୁ ଲାଭାନ୍ୱିତ ହୋଇ ଦେଶବ୍ୟାପୀ ଚାଷୀ, କୃଷି ଓ ଦୁଗ୍ଧ ଶ୍ରମିକ, ସହିତ ପଶୁପାଳନ ମାଲିକମାନେ ସନ୍ତୋଷ ପ୍ରକାଶ କରି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ନୂତନ ହାରକୁ ଏକ ବୈପ୍ଳବୀକ ନିଷ୍ପତି ବୋଲି ଅଭିହିତ କରି ଐତିହାସିକ ପରିବର୍ତନ ପାଇଁ ଆଶା ପ୍ରକାଶ କରିଛନ୍ତି ।

ଜିଏସଟି ସଂସ୍କାରର ପ୍ରଭାବ କ୍ଷୁଦ୍ର ଏବଂ ମଧ୍ୟମ ଚାଷୀଙ୍କ ମଧ୍ୟରେ ବ୍ୟାପକ ଭାବରେ ଦେଖାଯିବ । କୃଷି ଯନ୍ତ୍ରପାତି ଏବଂ ସୌରଚାଳିତ ଉପକରଣ ଉପରେ ଜିଏସଟି ହ୍ରାସ ଯୋଗୁଁ ଚାଷ ଖର୍ଚ୍ଚ କମିବ ଏବଂ ଚାଷୀଙ୍କ ଲାଭ ବୃଦ୍ଧି ହେବ । ଜୈବିକକୀଟନ ।ଶକ ଏବଂ ସୂକ୍ଷ୍ମ ପୁଷ୍ଟିକର ପଦାର୍ଥ ଉପରେ ଜିଏସ୍ଟି ହ୍ରାସ କରାଯାଇଛି, ଯାହା ଚାଷୀମାନଙ୍କୁ ଲାଭ ଦେବ ଏବଂ ରାସାୟନିକ ପଦାର୍ଥରୁ ଜୈବିକ ସାର ଆଡ଼କୁ ପରିବର୍ତନକୁ ପ୍ରୋତ୍ସାହିତ କରିବ ।

ଦୁଗ୍ଧ ଚାଷ କ୍ଷେତ୍ରରେ, କ୍ଷୀର ଏବଂ ପନିର ଉପରେ ଶୂନ୍ୟ ଜିଏସଟି କେବଳ ସାଧାରଣ ନାଗରିକଙ୍କୁ ନୁହେଁ ବରଂ ଚାଷୀ, ପଶୁପାଳକ ଏବଂ ଦୁଗ୍ଧ ଉତ୍ପାଦକମାନଙ୍କୁ ମଧ୍ୟ ଲାଭ ଦେବ । ଜିଏସଟି ସଂସ୍କାରଗୁଡ଼ିକ ସମନ୍ୱିତ କୃଷିକୁ ମଧ୍ୟ ପ୍ରୋତ୍ସାହିତ କରିବ । ପଶୁପାଳନ, ମହୁମାଛି ପାଳନ, ମତ୍ସ୍ୟପାଳନ, କୃଷି ବନୀକରଣ ଏବଂ କୁକୁଡ଼ା ପାଳନରେ ମଧ୍ୟ ଲାଭବାନ ହେବା ସ୍ପଷ୍ଟ ଦୃଶ୍ୟମାନ । କେନ୍ଦୁ ପତ୍ର ଉପରେ ଜିଏସଟି ହ୍ରାସ ଆଦିବାସୀ ସମ୍ପ୍ରଦାୟର ଜୀବିକାକୁ ସୁଦୃଢ଼ କରିବ । ବାଣିଜି୍ୟକ ସାମଗ୍ରୀ ପରିବହନ କରୁଥିବା ଯାନବାହନ ଉପରେ ଜିଏସଟି ହ୍ରାସ କରିବା ଦ୍ୱାରା କୃଷି ଉତ୍ପାଦର ପରିବହନ ଶସ୍ତା ହେବ ।

Leave a Reply

Your email address will not be published. Required fields are marked *