କଟକ,୨୮/୧୨/୨୦୨୪ ( ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ମୁଣ୍ଡଳିସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସଵର ଉଦଯାପନୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଅଛି। ୩ ଦିନ ଧରି ଚାଲିଥିବା ଏହି କ୍ରୀଡ଼ା ଉତ୍ସବର ସମାପନ ଉତ୍ସବରେ କଟକ ରେଭେନ୍ସା ବିଶ୍ଵ ବିଦ୍ୟାଳୟର ପ୍ରଫେସର ଡ ଅଭିଷେକ ଶର୍ମା ମୂଖ୍ୟ ଅତିଥି ଭାବେ ଓ ମୁଣ୍ଡଳି ସ୍ଥିତ ଏନ ଡି ଆର ଏଫ ର ଡେପୁଟି କମାଣ୍ଡାଣ୍ଟ ଶ୍ରୀ ପ୍ରବୀଣ କୁମାର ଚୌହାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ କ୍ରୀଡ଼ା ସହ ସର୍ବଦା ଯୋଡ଼ିହୋଇ ରହିବାକୁ ପ୍ରେରଣା ପ୍ରଦାନ କରିଥଲେ। ବାଳକ ବିଭାଗର ଚମ୍ପିୟାନ ଭାବରେ ସମିର ବାଘେଲ, ପ୍ରଭୁଦତ୍ତ ମହାପାତ୍ର, ଶ୍ରେୟଂସୁ ନାୟକ , ସାୟନ ନନ୍ଦ ଓ ବାଳିକା ବିଭାଗର ଚମ୍ପିୟାନ ଭାବରେ ସୋନି ମଣ୍ଡଭି, ଶୁଭଶ୍ରୀ ଭୋଇ, ରୋନାଲିଶା ବାହାଡି ଙ୍କୁ ସ୍ଵତନ୍ତ୍ର ପୁରସ୍କାର ସହ ମାନପତ୍ର ପ୍ରଦାନ କରିଥଲେ। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାମରାଜ୍ ସିଂ ସ୍ବାଗତ ଭାଷଣ ଦେଇଥିବା ବେଳେ ଉପାଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରି ଥିଲେ। କ୍ରୀଡ଼ା ଉତ୍ସବ ପରିଚାଳନାରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିବା ବେଳେ ଶାରିରୀକ ଶିକ୍ଷା ଶିକ୍ଷକ ଡ ପ୍ରଦୀପ କୁମାର ଦୋରା ଓ ଶିକ୍ଷୟତ୍ରୀ ଅର୍ଚ୍ଚନା ବର୍ମା, ସାଲେପୁର ବ୍ଲକ ରୁ ଅଭିଭାବକ ପ୍ରତିନିଧି ହେମନ୍ତ କୁମାର ନନ୍ଦ ପ୍ରମୁଖ କ୍ରୀଡ଼ା ଉତ୍ସବକୁ ସଫଳ କରାଇବାରେ ସହାୟତା କରିଥଲେ।
ମୁଣ୍ଡଳୀ ଜବାହାର ନବୋଦୟ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉଦଯାପନୀ ଉତ୍ସଵ
