ବଡ଼ ଓଷା ପାଇଁ ଵାଵା ଧବଳେଶ୍ଵରଙ୍କ ପୀଠ ଚଳଚଞ୍ଚଳ, ଲକ୍ଷାଧିକ ଭକ୍ତଙ୍କ ସମାଗମ,ଫାଟକ ଭାଙ୍ଗି ଧସେଇ ପଶି ଦର୍ଶନ କଲେ ଶ୍ରଦ୍ଧାଳୁ

କଟକ ସଦର , ୨୫/୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) – କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ ଉପଖଣ୍ଡର ମଞ୍ଚେଶ୍ୱର ଠାରେ ଥିବା ପ୍ରସିଦ୍ଧ ଵାଵା ଧବଳେଶ୍ଵରଙ୍କ ପୀଠ ଆଜି ଶନିବାର ବଡ଼ ଓଷା ପାଇଁ ଚଳଚଞ୍ଚଳ ହୋଇପଡିଛି। ପ୍ରସାଶନିକ ଵ୍ୟଵ୍ୟସ୍ଥାକୁ ବିରୋଧ କରି ଗତକାଲି ଠାରୁ ପୂଜକ ଗୋଷ୍ଠୀ ଵାଵାଙ୍କ ଦ୍ୱ।ର ବନ୍ଦକରି ହରତାଳ କରିଥିବା ବେଳେ ଆଜି ଶ୍ରଦ୍ଧାଳୁମାନେ ଜୋର ଜବରଦସ୍ତ ଫାଟକ ଭାଙ୍ଗି ଠାକୁରଙ୍କ ବଡ଼ସିଂହାର ବେଶ ଦର୍ଶନ କରିଥିଲେ। ସ୍ଥାୟୀ ପୋଲ ଠାରୁ ପ୍ରତି ଘଣ୍ଟାରେ ୪ ରୁ ୫ ହଜାର ଶ୍ରଦ୍ଧାଳୁ ପ୍ରଵେଶ ବ୍ୟାରିକେଡ଼ରେ ଯାଇଁ କେଵଳ ଦର୍ଶନ ଛଡା ମୁଣ୍ଡିଆ ମାରିବା କିମ୍ବା ଭୋଗ କରିବାର ସୁଯୋଗ ନପାଇ ପ୍ରସ୍ଥାନ ବ୍ୟାରିକେଡ଼ ବାଟେ ବାହାରକୁ ବାହାରୁଥିବା ଦେଖିବାକୁ ମିଳିଛି। ଯେଉଁଥିପାଇଁ ପୂଜକ ମାନେ ଶ୍ରଦ୍ଧାଳୁଙ୍କ ଠାରୁ ଦକ୍ଷିଣା ପାଇପାରୁ ନଥିବାରୁ ଅସନ୍ତୁଷ୍ଟ ହୋଇଥିବା ଜଣାପଡିଛି। ରାତିରେ ଵାଵାଙ୍କ ଗଜ ଭୋଗ ଓ ତରଣ ପାଇବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଅନ୍ୟପଟେ ଗାଡ଼ି ଷ୍ଟାଣ୍ଡ କୁ ନେଇ ମଧ୍ୟ ଵିଵାଦ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *