ନୂଆଦିଲ୍ଲୀ (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୭ ସେପ୍ଟେମ୍ୱର ୨୦୨୫ରେ ‘ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ’ ଶୁଭାରମ୍ଭ କରିବାକୁ ଯାଉଛନ୍ତି । କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନ ପୂର୍ଣ୍ଣା ଦେବୀ ଏକ୍ସରେ କରିଥିବା ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି । ସେହି ୧୭ ତାରିଖଠାରୁ ଅଷ୍ଟମ ଜାତୀୟ ପୋଷଣ ମାସ ମଧ୍ୟ ଆରମ୍ଭ ହେଉଛି, ଯାହା ୧୬ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଚାଲିବ । ସେ ସବୁ ଦେଶବାସୀଙ୍କୁ ନିଜ ନିଜ ଅଂଚଳରେ ଏହି ସଚେତନତା ଅଭିଯାନରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ଅନ୍ନୂର୍ଣ୍ଣା ଦେବୀ ନିଜ ପୋଷ୍ଟରେ ଲେଖିଛନ୍ତି:
‘‘ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଙ୍କ କରକମଳରେ ୧୭ ସେପ୍ଟେମ୍ୱର ୨୦୨୫ରେ ‘ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ’ ଆରମ୍ଭ ହେବାକୁ ଯାଉଛି । ଏହି ଦିନ ଅଷ୍ଟମ ଜାତୀୟ ପୋଷଣ ମାସ ମଧ୍ୟ ଆରମ୍ଭ ହେଉଛି ଯାହା ୧୬ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଚାଲିବ ।
ଚଳିତ ବର୍ଷର ପ୍ରମୁଖ ଉଦ୍ଧେଶ୍ୟ ଏବଂ ବାର୍ତା ହେଉଛି:-
– ମେଦବହୁଳତା ହ୍ରାସ ଉପରେ ଜୋର ଦେଇ ଚିନି ଏବଂ ତେଲ ସେବନକୁ ସୀମିତ କରିବା – ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷା – ‘‘ପୋଷଣ ସହିତ ପାଠପଢ଼ା ମଧ୍ୟ’’ – ଶିଶୁ ଏବଂ ନବଜାତଙ୍କ ଆହାର ପଦ୍ଧତି – ପୋଷଣ ଏବଂ ଶିଶୁ ଯତ୍ନରେ ପୁରୁଷମାନଙ୍କର ଭାଗିଦାରୀ – ସ୍ଥାନୀୟ ପୁଷ୍ଟିକର ଖାଦ୍ୟ ସମ୍ପଦକୁ ପ୍ରୋତ୍ସାହନ ଏହା ସହିତ, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଅଧୀନରେ ଆବେଦନ କରିବା ପାଇଁ ସାରା ଦେଶରେ ଗୋଟିଏ ସ୍ୱତନ୍ତ୍ର ପଞ୍ଜିକରଣ ଅଭିଯାନ ଆୟୋଜନ କରାଯିବ । ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଇତ୍ୟାଦିରେ ୭୫ ହଜାର ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ, ଯେଉଁଠାରେ ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ ଆବଶ୍ୟକତା ଉପରେ ବିଶେଷ ଧ୍ୟାନ ଦିଆଯିବ ।
ମୁଁ ମୋର ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିଜ ନିଜ ଅଂଚଳରେ ଏହି ସଚେତନତା ଅଭିଯାନର ଅଂଶ ହୁଅନ୍ତୁ,’’ କେନ୍ଦ୍ର ମନ୍ତ୍ରୀ ଲେଖିଛନ୍ତି ।
୧୭ ସେପ୍ଟେମ୍ୱରରେ ‘ସ୍ୱସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ’ ଏବଂ ଅଷ୍ଟମ ପୋଷଣ ମାସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
