ପୂଜା ସମୟରେ ମହିଳା ସୁରକ୍ଷା ପଦକ୍ଷେପ ନେବାକୁ ଏସପିମାନଙ୍କୁ ଡିଜିଙ୍କ ନିର୍ଦେଶ

ଭୁବନେଶ୍ୱର, ୧୦/୦୯/୨୦୨୫(ଓଡ଼ିଶା ସମାଚାର)- ଆଗକୁ ପୂଜା ଅଛି । ପୂଜା ମଣ୍ଡପ ମାନଙ୍କରେ ମହିଳାଙ୍କ ସୁରକ୍ଷା ନେଇ ଚିନ୍ତା ବଢିଛି । ଅନ୍ୟପକ୍ଷରେ ପୂଜା ସମୟରେ ମହିଳା ସୁରକ୍ଷା ନେଇ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ସମସ୍ତ ଥାନାକୁ ପୋଲିସ ଡିଜି ୱାଇ. ବି ଖୁରାନିଆ ପରାମର୍ଶ ଦେଇଛନ୍ତି । ପୂଜା ପର୍ବାଣୀ ସମୟରେ ମହିଳାଙ୍କ ଉପରେ ବଢୁଥିବା ଅପରାଧ କମାଇବା ପାଇଁ ସମସ୍ତ ଏସପିଙ୍କୁ ପୋଲିସ ଡିଜି ନିର୍ଦେଶ ଦେଇଛନ୍ତି ।

ସେପଟେ ମହିଳା ସମ୍ପର୍କିତ ମାମଲାରେ କିଭଳି ଅଧିକରୁ ଅଧିକ ପ୍ରତିଶତ ଦଣ୍ଡ ବିଧାନ ହୋଇପାରିବ ତାହା ଉପରେ ଧ୍ୟାନ ଦେବାକୁ ମଧ୍ୟ ସମସ୍ତ ପୋଲିସ ଅଫିସରଙ୍କୁ ଡିଜି ନିର୍ଦ୍ଧେଶ ଦେଇଛନ୍ତି । ପୋଲିସ ଡିଜି କହିଛନ୍ତି ଭୁବନେଶ୍ୱର ଏବେ ମହିଳାଙ୍କ ପାଇଁ ସୁରକ୍ଷିତ ସହର । ଏଭଳି ସବୁ ସହରରେ ମହିଳା କିଭଳି ସୁରକ୍ଷିତ ମଣିବେ ସେ ନେଇ ପୋଲିସ କାର୍ଯ୍ୟ କରିବା ଉଚିତ୍ । ଅପରପକ୍ଷରେ ରାଜ୍ୟର ସୁରକ୍ଷା ଦିଗରେ ବଡ ପଦକ୍ଷେପ ନେବାକୁ ଯାଉଛି ରାଜ୍ୟ ପୋଲିସ ।

ପୋଲିସର ଆଧୁନିକୀକରଣ ପାଇଁ ୧୩୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ସାରା ରାଜ୍ୟରେ ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥରେ ସ୍ଥାୟୀ ଭାବେ ସିସିଟିଭି ଲାଗିବା ପାଇଁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସବୁଠୁ ଫୋକସ ରେ ରହିବ ପୁରୀ । ଯେଉଁଥି ପାଇଁ ୧୦୦ କୋଟି ଟଙ୍କା ବିନିମୟରେ ଭୁବନେଶ୍ୱର ଉତରା ଠାରୁ ପୁରୀ ଓ କୋଣାର୍କର ରାସ୍ତାରେ ସ୍ଥାୟୀ ଭାବେ ସିସିଟିଭି ଲଗାଇବା ଯୋଜନା ରହିଛି ।

Leave a Reply

Your email address will not be published. Required fields are marked *