ଭୁବନ ୧୦/୦୯/୨୦୨୫ (ଓଡ଼ିଶା ସମାଚାର)- ରୟାଲିୟନ୍ସ କ୍ଲବ ୨୦୧୨ ମାଟ୍ରିକ ବ୍ୟାଚ୍ ତରଫରୁ ୧୨ ବର୍ଷ ପୂର୍ତ୍ତି ଅବସରରେ ପ୍ରସିଦ୍ଧ ଗଣେଶ ପୂଜାରେ ହାଇସ୍କୁଲ ପଡ଼ିଆରେ ଅଯୋଧ୍ୟା ରାମ ମନ୍ଦିର ଆକୃତି ର ତୋରଣ କରି ସାରା ରାଜ୍ୟରେ ଚର୍ଚ୍ଚିତ ହୋଇଥିଲା ।
ଦୀର୍ଘ ୧୫ ଦିନ ଧରି ରାମ ଲାଲା ଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଲକ୍ଷାଧିକ ଲୋକ ରାମ ଲାଲା ଙ୍କୁ ଦର୍ଶନ କରିଥିଲେ ।ବୁଧବାର ଅପରାହ୍ନରେ ଲଉଡି ବାଡି ଖେଳ,ବାଜା ବାଣରେ ରାମ ଲାଲା ଙ୍କୁ ଏକ ସୁସଜ୍ଜିତ ରଥରେ ସହର ପରିକ୍ରମା କରାଯାଇଥିଲା । ବିଭିନ୍ନ ସ୍ଥାନରେ ମହିଳା ମାନେ ପ୍ରଭୁ ରାମ ଲାଲା ଙ୍କୁ ବନ୍ଦାପନା କରିଥିଲେ ।ଶେଷରେ ରାମ ଲାଲା ଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି ।
