ଜଗନ୍ନାଥଙ୍କ ଘୋଷଯାତ୍ରାରେ ପ୍ରବଳ ଜନସମାଗମ  

ଜୁନାଗଡ଼ ୧୬/୦୭/୨୦୨୬ (ଓଡ଼ିଶା ସମାଚାର /ରାକେଶ ବେମାଲ) ଜୁନାଗଡ଼ ସହରର ବିଭିନ୍ନ ପଡା ରେ ଜଗନ୍ନାଥ ମନ୍ଦିର ସମେତ ଆଖପାଖ ଗ୍ରାମ ମାନଙ୍କରେ ପବିତ୍ର ଘୋଷଯାତ୍ରା ଅବସରରେ ଭକ୍ତିମୟ ପରିବେଶ ମଧ୍ୟରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି। ହଜାର ହଜାର ଶ୍ରଦ୍ଧାଳୁ ରଥ ଟାଣିବା ସହ “ଜୟ ଜଗନ୍ନାଥ”ହୁଳହୁଳି ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା।

ରଥଯାତ୍ରାରେ ପୁରୁଷ, ମହିଳା, ଯୁବବର୍ଗ ଓ ଶିଶୁମାନଙ୍କ ସମେତ ବହୁ ସଂଖ୍ୟକ ଭକ୍ତ ଯୋଗଦେଇ ପ୍ରଭୁଙ୍କ ଦର୍ଶନ କରିଥିଲେ। ବିଭିନ୍ନ ସ୍ଥାନରେ ଭଜନ, କୀର୍ତ୍ତନ, ସଂକୀର୍ତ୍ତନ ଆୟୋଜନ ହୋଇଥିଲା। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଜୁନାଗଡ଼ ଥାନା ଅଧିକାରୀ ପୂର୍ବ ପ୍ରସ୍ତୁତି ଅନୁସାରେ ସମସ୍ତ କାର୍ଯ୍ୟ ତଦାରଖ କରିଛନ୍ତି ।

ଥାନା ଅଧିକାରୀ ଙ୍କ ତରଫରୁ ପର୍ଯ୍ୟାପ୍ତ ପୋଲିସ ବ୍ୟବସ୍ଥା ସହ ଅନ୍ୟାନ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଯଥା ସମୟରେ ରଥ ଟଣା କାର୍ଯ୍ୟ ବି ଚାଲିଥିଲା ସହ ଶହ ଭକ୍ତ ଅତି ଆଗ୍ରହ ସହକାରେ ପ୍ରଭୁଙ୍କ ରଥଟଣା ଗୀତରେ ବିଭୋର ହୋଇ ଅତି ଆନନ୍ଦରେ ପ୍ରଭୁ ଜଗନ୍ନାଥ ଙ୍କ ରଥକୁ ଟାଣି ନେଉଥିଲେ । ଚଳିତ ବର୍ଷ ପ୍ରବଳ ବର୍ଷା ସତ୍ୱେ ଘୋଷଯାତ୍ରାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିବା ବେଳେ ସମଗ୍ର ଅଞ୍ଚଳ ଭକ୍ତି, ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଉଠିଥିଲା।

Leave a Reply

Your email address will not be published. Required fields are marked *