କଟକ ସଦର,୦୯/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ପ୍ରସିଦ୍ଧ ପାରାଵିଲ ଗଜଲକ୍ଷ୍ମୀ ଭସାଣି ଆସନ୍ତା ୧୨ ତାରିଖ ରବିବାର ଦିନ ଶାନ୍ତି ଶୃଙ୍ଖଳାର ସହ କରାଯିବାକୁ ବୁଧବାର ସଂଧ୍ୟାରେ ପାରାଵିଲ ରାଧାମାଧବ ମନ୍ଦିର ପ୍ରାଙ୍ଗଣରେ ଏକ ସମୀକ୍ଷା ବୈଠକ ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ବିରଞ୍ଚିନାରାୟଣ ପତି ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି, ଗ୍ରାମ କମିଟି ସାଧାରଣ ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଯୋଗ ଦେଇ ଭସାଣି ରେ ଡିଜେ ମୁକ୍ତ ରୋଷଣୀ, ମଦ ମୁକ୍ତ ଭସାଣି କରିବାକୁ ବିଶେଷ ଭାବେ ଆଲୋଚନା କରିଥିଲେ। ଶୃଙ୍ଖଳିତ ମେଢ଼ କୁ ପ୍ରଥମ ଦ୍ୱିତୀୟ ଓ ତୃତୀୟ ଭାବେ ପୁରସ୍କୃତ କରାଯିବ ବୋଲି ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଘୋଷଣା କରିଥିଲେ।
ପ୍ରତ୍ୟେକ ମେଢ଼ କମିଟି ର କର୍ମକର୍ତ୍ତା ଙ୍କ ସମେତ ଶରତ ଚନ୍ଦ୍ର ବାଡି,ଉମେଶ ଚନ୍ଦ୍ର ବାଡି, ବିଶ୍ୱଜିତ୍ ବାଡି, ବିଶ୍ୱଜିତ୍ ଶତପଥୀ, ରବିନ୍ଦ୍ର ବେହେରା, ବିଶ୍ୱଜିତ୍ ଭୋଇ, ଲକ୍ଷ୍ମୀଧର ସାମଲ, ରବିନ୍ଦ୍ର ସାହୁ, ପ୍ରଭାତ କୁମାର ସାହୁ, ଦିପକ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
