କେନ୍ଦ୍ରାପଡ଼ା,୧୦/୦୯/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଳପଡା ଗ୍ରାମପଂଚାୟତ ବରିଷ୍ଠ ନାଗରିକ ମଂଚ ପକ୍ଷରୁ କଳପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମଂଚର ମୁଖ୍ୟ ଉପଦେଷ୍ଟା ଅବସରପ୍ରାପ୍ତ ଜିଲା ଚିକିତ୍ସା ଅଧିକାରୀ ଡା.ଶରତ ଚନ୍ଦ୍ର ସ୍ୱାଇଁ, ଉପମୁଖ୍ୟ ଉପଦେଷ୍ଟା ଶିକ୍ଷାବିତ ଧନେଶ୍ୱର ସାହାଣୀ, ସମ୍ପାଦକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ସ୍ୱାଇଁ, ବରିଷ୍ଠ ସଦସ୍ୟ ଜଗନ୍ନାଥ ସ୍ୱାଇଁ, ଅର୍ଥ ସମ୍ପାଦକ ମନମୋହନ ସାମଲ, ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସ୍ୱାଇଁ, ପତ୍ରିକା ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତି, ସାଧୁ ଚରଣ ସାମଲ, ତ୍ରିଲୋଚନ ସ୍ୱାଇଁ, ବସନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷର ଚାରା ରୋପଣ କରିଥିଲେ ।
ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କଲ୍ୟାଣୀ ସ୍ୱାଇଁ, ବିଜ୍ଞାନ ଶିକ୍ଷକ ଗୋପୀନାଥ ପାତ୍ର, ଖେଳ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ବେହେରା, ମଧୁସ୍ମିତା ବରାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
