ସମ୍ପୂର୍ଣ୍ଣ ନିଶାନିବାରଣ ପାଇଁ ମହିଳା ମାନେ  ଅଣ୍ଟା ଭିଡ଼ିଲେ

ଢେଙ୍କାନାଳ,୦୫/୦୨/୨୦୨୫ (ଓଡ଼ିଶା ସମାଚାର)- ଗଁଦିଆ ବ୍ଲକ  ରାଇତାଳା ପଞ୍ଚାୟତ ଅନ୍ତର୍ଗତ ବାଲିଯୋରନ୍ଦା-ରାଏପୁରା ଗ୍ରାମରେ ସମ୍ପୂର୍ଣ୍ଣ ନିଶା ବନ୍ଦ କରିବାପାଇଁ ଗ୍ରାମର ମହିଳା ମାନେ ଅଣ୍ଟା ଭିଡ଼ିଛନ୍ତି । ସୂଚନା ମୁତାବକ ଗତ ସୋମବାର ସନ୍ଧ୍ୟାରେ ଗ୍ରାମ ସଭାପତି ଶ୍ରୀ ଚୈତନ୍ୟ ମହାନ୍ତି ଓ ୱାର୍ଡ ସଭ୍ୟା ବ୍ରାହ୍ମଣୀ ପଧାନଙ୍କ ମିଳିତ ଅଧ୍ୟକ୍ଷତାରେ ଶତାଧିକ ମହିଳା ପୁରୁଷ ଏହି ବୈଠକରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ସମାଜସେବୀ ପଙ୍କଜ ନାୟକ ଯୋଗଦେଇ ଗ୍ରାମର ଗରିବ, ଦଳିତ, ଆଦିବାସୀ ମହିଳା ଓ ଶିଶୁ ମାନେ ମଦୁଆ ମାନଙ୍କ ଅତ୍ୟାଚାରରୁ ବଞ୍ଚିବାପାଇଁ ଏବଂ ସେମାନଙ୍କର ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ । ଗ୍ରାମରେ ଦୁଇ ଜଣ ମହିଳାଙ୍କ ସହିତ ଚାରି ଜଣ ପୁରୁଷ ଦେଶୀ ଏବଂ ବିଦେଶୀ ମଦ ବେଆଇନ ଭାବେ ବିନା ଲାଇସେନ୍ସରେ ବିକ୍ରି କରୁଛନ୍ତି । ଦୀର୍ଘ ୨୦ ବର୍ଷ ହେଲା ଏହି ମଦ ବେପାରୀ ମାନେ ବ୍ୟବସାୟ କରିଆସୁଛନ୍ତି, ପୋଲିସ ଧରୁଛି, ଜେଲ ଯାଉଛନ୍ତି ଏବଂ ଜାମିନରେ ଆସି ପୁଣି ସେହିପରି  ମଦ ବ୍ୟବସାୟ କରୁଛନ୍ତି । ସେମାନେ କୁହନ୍ତି ପୋଲିସ ଆମ ଠାରୁ ମାସିକିଆ ନେଉଛି । ଡ଼ରିବୁ କାହିଁକି, ଯାଅ ଯାହାକୁ କହିବାର ଅଛି କୁହ । ଗ୍ରାମର ଗରିବ ଦିନ ମଜୁଆରିଆ ମାନେ ଯାହା କାମଧନ୍ଦା କରି ଆଣୁଛନ୍ତି, ସେଥିରୁ ଅଧା ମଦ ନିଶାରେ ଖର୍ଚ୍ଚ କରନ୍ତି ଏବଂ ଘରକୁ ଆସି ନିଜ ସ୍ତ୍ରୀ ପିଲାଛୁଆଙ୍କ ଉପରେ ଅତ୍ୟାଚାର କରନ୍ତି ।  ଏହି ମଦ ବ୍ୟବସାୟ ବନ୍ଦ କରିବାକୁ ମହିଳା ମାନେ ଏକ କମିଟି କରିଛନ୍ତି ।ସଭାପତି ଭାବେ ପାର୍ବତୀ ପଧାନ, ସୁକାନ୍ତି ପଧାନ ଓ ଦମୟନ୍ତୀ ମାଝୀଙ୍କୁ ଉପସଭାପତି, ସମ୍ପାଦିକା ଭାବେ ଅଖୋଜି ପଧାନ ଓ ସହସମ୍ପାଦିକା ଭାବେ ସଜନୀ ପଧାନ ଙ୍କୁ ଚୟନ କରାଯାଇଛି  ।କମିଟି ସଦସ୍ୟ ଭାବେ ଅଞ୍ଜଳି ପଧାନ, ପ୍ରତିମା ପଧାନ, ରୁନୁ ପଧାନ, ସରୋଜିନୀ ପଧାନ, କନକଲତା କିସାନ, ଚାନ୍ଦ ପଧାନ, ଝୁମର ମାଝୀ, ସାରତି ମାଝୀ, ଯୁଗଳ ପଧାନ, ଗିରିଶ ପଧାନ, ଯୋଗିନାଥ ମଳିକ, ବିଦ୍ୟାଧର ମାଝୀ, ନନ୍ଦ ପଧାନ, କାଳନ୍ଦୀ ପଧାନ, ଗଗନ ପଧାନଙ୍କୁ ଚୟନ କରାଯାଇଛି  । ଏହି ବୈଠକରେ ତୁଷାର ନାୟକ, ମଦନ ମାଝୀ, ନନ୍ଦିନୀ ନାୟକ, ବିଜୟ ପଧାନ, ବନମlଳି ପାଣିଗ୍ରାହୀ, ସୁଶାନ୍ତ ପଧାନ, ହେମନ୍ତ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ନିଜ ନିଜ ବକ୍ତବ୍ୟ ରଖିଥିଲେ । ଶେଷରେ ଅଖୋଜି ଧନ୍ୟବାଦ ଅର୍ପଣ କରିଥିଲେ  ।

Leave a Reply

Your email address will not be published. Required fields are marked *