ଗରଦପୁର ଭାଜପାର ସେବା ପକ୍ଷ ପାଳନ ପାଇଁ ମଣ୍ଡଳ ସ୍ତରୀୟ ପ୍ରସ୍ତୁତି ବୈଠକ

ପାଟକୁରା ୧୦/୦୯/୨୦୨୫ (ଓଡ଼ିଶା ସମାଚାର)-  ସେପ୍ଟେମ୍ବର ସତର ତାରିଖ ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ । ଏହି ଦିନଠାରୁ ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ପନ୍ଦର ଦିନ କୁ ଭାରତୀୟ ଜନତା ପାର୍ଟି ସମଗ୍ର ଭାରତ ବର୍ଷରେ ସେବାପକ୍ଷ ଭାବରେ ପାଳନ କରିବାକୁ ନିଷ୍ପତି ନେଇଛି ।  ଏଣୁ ଭାଜପା ଗରଦପୁର ବ୍ଳକ ଶାଖା ତରଫରୁ ଏହାର ସୁପରିଚାଳନା ପାଇଁ ବ୍ଲକର ତଳକୁସୁମା ମଣ୍ଡଳ, କୋରୁଆ ମଣ୍ଡଳ ଓ ପାଟକୁରା ମଣ୍ଡଳ ରେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

  କୋରୁଆ ମଣ୍ଡଳକୁ ନିଜେ ଭାଜପା ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ ପ୍ରଭାରୀ ଭାବରେ ଉପସ୍ଥିତ ରହିବା ସହିତ ଛାମୁଆ କର୍ମୀ ମାନଙ୍କୁ ସେବାପକ୍ଷ କିପରି ପାଳନ କରାଯିବ ସେବାବଦରେ ଦିଗଦର୍ଶନ ଦେଇଥିଲେ । କୋରୁଆ ମଣ୍ଡଳରେ ଜିଲ୍ଲା ସାଧାରଣ ସମ୍ପାଦକ ଅମିତାଭ ସୁଆର ଓ ପାଟକୁରା ମଣ୍ଡଳରେ ଜ୍ୟୋସ୍ନାରାଣୀ ଜେନା ପ୍ରଭାରୀ ଭାବରେ ଉପସ୍ଥିତ ରହି ସେବା ପକ୍ଷରେ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କୁ ସୂଚନା ପ୍ରଦାନ କରିଥିଲେ।

ସମସ୍ତ ମଣ୍ଡଳରେ ପ୍ରଭାରୀ ମାନଙ୍କ ସହିତ ଭାରତୀୟ ଜନତା ପାର୍ଟିର ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା ଓ ରାଜ୍ୟ ମେଡ଼ିଆ ସେଲର ସଂଯୋଜକ ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ରହି ସେବା ପକ୍ଷରେ ହେବାକୁ ଥିବା କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। କୋରୁଆ ମଣ୍ଡଳର କର୍ମଶାଳାରେ ମଣ୍ଡଳ ସଭାପତି ସନ୍ତୋଷ ରାଉତରାୟ ସଭା ସଞ୍ଚାଳନା କରିଥିବା ବେଳେ ପାଟକୁରା ମଣ୍ଡଳରେ ମଣ୍ଡଳ ସଭାପତି ଚିତ୍ତରଞ୍ଜନ ଚୌଧୁରୀ ଓ କୋରୁଆ ମଣ୍ଡଳରେ ନୟନ ବଲ୍ଲଭ ନାୟକ ସଭା ସଞ୍ଚାଳନ କରିଥିଲେ। ସମସ୍ତ ମଣ୍ଡଳରେ ପଞ୍ଚାୟତ ପ୍ରମୁଖ, ସହ ପ୍ରମୁଖ,ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତା, ସରପଞ୍ଚ, ସମିତିସଭ୍ୟ,ବୁଥ୍ ସଭାପତି, ଜିଲ୍ଲା ଓ ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ବିପୁଳ ସଂଖ୍ୟାରେ ତୃଣମୂଳ ସ୍ତରୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *