କଟକ,୧୦/୦୯/୨୦୨୫ (ଓଡ଼ିଶା ସମାଚାର)- ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ କଟକ ଓ ଶୈଳବାଳା ସ୍ବୟଂ ଶାସିତ ମହିଳା ମହାବିଦ୍ୟାଳୟ କଟକ ର ମିଳିତ ଆନୁକୁଲ୍ୟରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଜୀବନ ବଲ୍ଲଭ ଜେନା ସଭାପତିତ୍ୱ କରିଥିଲେ।
ଶୈଳବାଳା ମହିଳା ମହାବିଦ୍ୟାଳୟର ଏନ ଏସ ଏସ କାର୍ଯ୍ୟକ୍ରମ ଅଧୀକାରୀଣୀ ଡକ୍ଟର ଯୋଗମାୟା ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ସାଇବର ଇନିସପେକ୍ଟର ଅବନ୍ତିମଣୀ ନାୟକ ଅତିଥି ଭାବରେ ଯୋଗଦେଇ ସାଇବର ଆଇନ୍ ଉପରେ ଏକ ଭିଡିଓ ଉପସ୍ଥାପନା କରିଥିଲେ।
ଆଇନଜିବୀ ବିଜୟ କୁମାର ପ ଣ୍ଡା ଅତିଥି ଭାବରେ ଯୋଗ ଦେଇ ଯୌନ ଅପରଧରୁ ଶିଶୁମାନଙ୍କ ସୁରକ୍ଷା ଆଇନ୍ ଓ ଆଇନ୍ ସେବା ପ୍ରାଧୀକରଣ ଆଇନ୍ ୧୯୮୭ ଉପରେ ଆଲୋଚନା କରିବା ସହିତ ଏହି ଆଇନ୍ ଗୁଡିକ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ।
ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ କଟକ ସଚିବ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ଜେନା ପୀଡିତ କ୍ଷତିପୂରଣ ଆଇନ୍ ଉପରେ ଆଲୋଚନା କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇ ଥିଲେ। କାର୍ଯ୍ୟକ୍ରମ ରେ କଲେଜର ୨୦୦ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। କଲେଜର ଅନ୍ୟ ଅଧ୍ୟାପକ, ଅଧ୍ୟାପିକା କାର୍ଯ୍ୟକ୍ରମ ରେ ସହଯୋଗ କରି ଥିଲେ । ଶେଷରେ ଅଧ୍ୟାପିକା ତଥା ଏନ ଏସ ଏସ ମେମ୍ବର ଡକ୍ଟର ସାଗରିକା ସାହୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।
