ତୁଳସୀକ୍ଷେତ୍ର ସ୍ନାନଯାତ୍ରା ମହୋତ୍ସବ ଓ ଭକ୍ତଦାସିଆ ସେବା ଉତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତ ଦାସିଆ ଡ୍ୟାନ୍ସ ଏକାଡେମୀ ଓ ଭକ୍ତ ଦାସିଆ ସେବା ମହାସଂଘର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ତୁଳସୀକ୍ଷେତ୍ର ସ୍ନାନଯାତ୍ରା ମହୋତ୍ସବ ଓ ଭକ୍ତଦାସିଆ ସେବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସକାଳେ ମହାସଂଘ ପକ୍ଷରୁ ଭକ୍ତ ଦାସିଆଙ୍କ ସେବା ସିଦ୍ଧ ଶ୍ରୀବଳଦେବଜୀଉଙ୍କୁ ଅର୍ପଣ କରାଯାଇଥିଲା ।

ଏହି ପବିତ୍ର ମହୋତ୍ସବକୁ ଶ୍ରୀବଳଦେଜୀଉଙ୍କ ସେବକ ତଥା ଶ୍ରୀଜୀଉଙ୍କ ଟ୍ରଷ୍ଟବୋର୍ଡ ସଭ୍ୟ ନୃସିଂହ ଚରଣ ପତ୍ରୀ ଉଦଘାଟନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥଲେ । ପ୍ରାରମ୍ଭରେ ଭକ୍ତ ଦାସିଆ ଡ୍ୟାନ୍ସ ଏକାଡେମୀର ଅଧ୍ୟକ୍ଷ ବସନ୍ତ କୁମାର ଦାସ ମହୋତ୍ସବର ଲକ୍ଷ୍ୟ ଓ ଉଦେଶ୍ୟ ଜ୍ଞାପନ କରି ସ୍ୱାଗତ ଭାଷଣ ଦେଇଥିଲେ । ମହସଂଘର ମୁଖ୍ୟ ପରାମର୍ଶ ଦାତା ଓ ଆବାହକ ଅଭୟ କୁମାର ଦାସ ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ଶଶଧର ପଣ୍ଡା, ସମ୍ମାନୀତ ଅତିଥି ଭାବେ ଶ୍ରୀବଳଦେଜୀଉଙ୍କ ସେବକ ଜନାର୍ଦ୍ଧନ ସୁଆର, ବରିଷ୍ଠ ସାମ୍ବାଦିକ ଚିତ ରଞ୍ଜନ ଦାସ, ଶିକ୍ଷାବିତ୍ ନବ କିଶୋର ଦାସ, ଓଡିଶା ଭାଗବତ ଟୁଙ୍ଗୀ ପ୍ରଚାର ସମିତି ସଭାପତି ନଙ୍ଗୁଳି ବାବା ପ୍ରମୁଖ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ଯୋଗଦେଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ପ୍ରତିଭାମାନଙ୍କୁ ଭକ୍ତ ଦାସିଆ ସେବା ସମ୍ମାନ ଓ ତୁଳସୀକ୍ଷେତ୍ର ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ ।

ମହୋତ୍ସବର ନିର୍ଦ୍ଧେଶକ ନୀର୍ଝରିକା ଦାସ ଓ ପ୍ରଦୀପ କୁମାର ବିହାରୀଙ୍କ ପରିଚାଳନା ଓ ସୁଶାନ୍ତ କୁମାର ପରିଡ଼ା, ବିଜୟ କେତନ ସାହୁ, ନିରାକାର ମହାରଣା, ସୁଶାନ୍ତ କୁମାର ଦାସ, ସଉରି ଦାସ ପ୍ରମୁଖଙ୍କ ସହଯୋଗରେ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଓଡିଶାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିବା ବେଳେ କବି ଓ କବୟତ୍ରୀମାନେ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ମୁର୍ଛନା ଭଜନ ମଂଚ ଓ ବାବା ତ୍ରିଲୋଚନ ଭଜନ ମଂଚ ର ଶିଳ୍ପୀମାନେ ସୁଲଳିତ କଣ୍ଠରେ ଭଜନ ପରିବେଷଣ କରିଥିଲେ ।

Leave a Reply

Your email address will not be published. Required fields are marked *