ହରିଗୋସାଇଁ ପୂଜା କମିଟି ପକ୍ଷରୁ ଗଣେଶ ଭଷାଣି ଅନୁଷ୍ଠିତ

ମାହାଙ୍ଗା, ୧୦/୦୯/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା )-କଟକ ଜିଲ୍ଲା କୁହୁଣ୍ଡା ପଞ୍ଚାୟତ କୋଠପଦା ହରିଗୋସାଇଁ ପୂଜା କମିଟି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷର ଗଣେଶ ଭଷାଣି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଏବଂ ଗ୍ରାମବାସୀ ମାନଙ୍କ ସହଯୋଗରେ ପ୍ରଭୁଙ୍କ ପୂଜାର୍ଚ୍ଚନା ଓ ଭଷାଣି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିଲା ।

 ବାଜା ବାଣ ରୋଷଣୀ ସାଙ୍ଗକୁ ନୃତ୍ୟ ଗୀତରେ ଦୁଲୁକିଲା କୋଠପଦା ଗାଁ’ । ଉତ୍ସବ ମୁଖର ସାରା କୁହୁଣ୍ଡା ପଞ୍ଚାୟତ । ବନଗୁରିଆ ଶଶୀପ୍ରଭା ନର୍ସିଙ୍ଗ ସ୍କୁଲ ଛକରୁ ପ୍ରସେସନ ଆରମ୍ଭ ହୋଇ,ବନଗୁରିଆ ମହାଜନ ସାହି,କୋଠପଦା ମଠସାହି, କୋଠପଦା ବଜାର ଅତିକ୍ରମ କରିବା ପରେ ବିଭିନ୍ନ ବସ୍ତି ଭିତର ଦେଇ ପ୍ରଭୁ ଶ୍ରୀ ଶ୍ରୀ ଗଣପତି ଗଜାନନଙ୍କ ବିଗ୍ରହକୁ ବିରୂପା ନଦୀର ହର ଧୋବଣୀ ଘାଟରେ ବିସର୍ଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାମାଜିକକର୍ମୀ ତଥା କୁଣ୍ଡି ସେବା ସମବାୟ ସମିତି ସଭାପତି ଅଖିଳେଶ ମହାନ୍ତି ଅତିଥିଭାବେ ଯୋଗଦେଇ ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ ।

ସେହିପରି ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ସଂଗଠକ ନିରଞ୍ଜନ ମୁଦୁଲି,ପୂର୍ବତନ ୱାର୍ଡସଭ୍ୟ କେଦାରେଶ୍ୱର ପୁହାଣ,ଯୁବ ସଂଗଠକ ରବୀନ୍ଦ୍ର ପୃଷ୍ଟି, ଗଣେଶ ବିହାରୀ,ବାସବ ବେହେରା, ଦେବେନ୍ଦ୍ର ଜେନା ପ୍ରମୁଖ ଭଷାଣି ଉତ୍ସବରେ ଯୋଗଦେଇଥିଲେ । ହରିଗୋସାଇଁ ପୂଜା କମିଟି ପକ୍ଷରୁ ଯୁବ ସଂଗଠକ ଭରତ ମଲ୍ଲିକ, ବିମ୍ବାଧର ମଲ୍ଲିକ, ହେମନ୍ତ ମଲ୍ଲିକ, ଚକ୍ରଧର ଜେନା, ମାନସ ଜେନା, ବାବୁଲି ଜେନା, ରାମଚନ୍ଦ୍ର ଜେନା, ପହଲି ମଲ୍ଲିକ, କାଳିଆ ଜେନା, ମନୋଜ ମଲ୍ଲିକ, ରଞ୍ଜନ ମଲ୍ଲିକ, ଗିରିଧାରୀ ମଲ୍ଲିକ, ଜଗନ୍ନାଥ ଜେନା,ଚଗି ମଲ୍ଲିକ, ରତ୍ନାକର ମଲ୍ଲିକ, ବିକାଶ  ଜେନା, ବିକି ଜେନା, ଦେବୁ ଜେନା, ରାଜେଶ ମଲ୍ଲିକ, ଦୈତାରୀ ଜେନା, ଅଲେଖ ଜେନା, ଭାଗବତ ମଲ୍ଲିକ ପ୍ରମୁଖ ବହୁ ସ୍ବେଛାସେବୀ ଏହି ଉତ୍ସବକୁ ପରିଚାଳନା କରିଥିଲେ  ।

Leave a Reply

Your email address will not be published. Required fields are marked *