ଭୁବନ ଗଣେଶ ମେଲଣ ମହୋତ୍ସବ ୨୦୨୫ ଉଦଯାପିତ

୨୫ ହଜାର ଏକ ଟଙ୍କା ରେ ଡ଼ାଇନାମିକ କ୍ଲବ ୨୦୦୯ ବ୍ୟାଚ ଆଜ୍ଞା ଲଡୁ ନିଲାମ ନେଲା

 ଭୁବନ,୦୭/୦୯/୨୦୨୫ (ଓଡ଼ିଶା ସମାଚାର)- ଭୁବନ ରେ ଗତ ୨୭ ତାରିଖ ଠାରୁ ୨୧ ଟି ପୂଜା ମଣ୍ଡପ ରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ଗଣେଶ ପୂଜା ର ଏକାଦଶ ଦିନରେ ଯାତ୍ରା ପଡିଆ ଠାରେ ଶନିବାର ସନ୍ଧ୍ୟାରେ ଗଣେଶ ମେଲଣ ମହୋତ୍ସବ ୨୦୨୫ ଉଦଯାପିତ ହୋଇଯାଇଛି । ମହୋତ୍ସବ କମିଟି ସଭାପତି ସୁବ୍ରତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମେଲଣ ରେ ଢେ଼ଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ଭୁବନ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ, ସମାଜସେବୀ ଶ୍ରୀମତୀ ଶର୍ମିଳା ଧଳ ଯୋଗଦେଇ ମେଲଣ ମହୋତ୍ସବ କୁ ଉଦଯାପନ କରିଥିଲେ ।

ଶୁକ୍ରବାର ସନ୍ଧ୍ୟାରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନ, ଏସ ଡି ପି ଓ ରଜନୀକାନ୍ତ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ । ବସନ୍ତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଗଣ ମାଧ୍ୟମ ପ୍ରତିନିଧି,ସଙ୍କୀର୍ତ୍ତନ ଗୁରୁ ,ସମସ୍ତ କ୍ଲବ,କାରିଗର, ବୀର ଯବାନ ,ବିଭିନ୍ନ ପ୍ରତିଭାବାନ ବ୍ୟକ୍ତି ଓ ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମେଲଣରେ ସମସ୍ତ ଗଣେଶ ମେଢ଼ ସାମିଲ ହୋଇଥିବା ବେଳେ ଭରପୁର ଦର୍ଶକ ମେଲଣ ମହୋତ୍ସବ ସାଙ୍ଗକୁ ଦୋଳି,ମୀନା ବଜାର ର ମଜା ନେଇଥିଲେ । ଶେଷରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଶାନ୍ତି କମିଟି ସମ୍ପାଦକ ଜିତେନ୍ଦ୍ର ଦାସ , ବରିଷ୍ଠ ସଦସ୍ୟ ପ୍ରଦୀପ୍ତ କୁମାର ସାହୁ ଙ୍କ ସମେତ ମେଲଣ କାର୍ଯ୍ୟକ୍ରମକୁ ଟିଟୁ ଦାସ , ମନୋରଞ୍ଜନ ବେହେରା , ମିଥୁନ ପାତ୍ର, ଜଗନ ବେଜ , ନିର୍ମଳ ପୋଥାଳ , ଜୀବନ ଜ୍ୟୋତି ପୃଷ୍ଟି , ରାକେଶ୍ ପୃଷ୍ଟି ,ଡମ୍ବରୁ ଧର ପାତ୍ର , ନାରାୟଣ ନାୟକ , ରାମଚନ୍ଦ୍ର ନାୟକ , ଲିଙ୍ଗରାଜ ସାହୁ, ପିଣ୍ଟୁ ଦାସ , ସିଲୁ ନାୟକ , ସୌରଭ ରାଉତ, ମିଲୁ ରାଉତ , ସତ୍ୟବ୍ରତ ନାୟକ , ସୁଶାନ୍ତ ବାରିକ ,ପ୍ରଭଞ୍ଜନ ବେହେରା , ଚିନ୍ମୟ ପୃଷ୍ଟି ଙ୍କ ସହିତ ଶାନ୍ତି କମିଟିର ସଦସ୍ୟମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *