ନିଶ୍ଚିନ୍ତକୋଇଲି, ୨୨/୦୫/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା)- ଜମ୍ମୁକାଶ୍ମୀର ର ପେହଲଗାମରେ ଆତଙ୍କବାଦୀ ମାନେ ଘଟାଇଥିବା ବର୍ବରୋଚିତ ହତ୍ୟାକାଣ୍ଡରେ ୨୬ଜଣ ନିରିହ ଭାରତୀୟ ପ୍ରାଣ ହରାଇଥିଲେ।ଦେଶର ସୈନ୍ୟବାହିନୀଙ୍କ ଦ୍ଵାରା ‘ଅପରେସନ ସିନ୍ଦୂର’ ମାଧ୍ୟମରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ ଉପରେ ଆକ୍ରମଣ କରାଯାଇ ଧ୍ୱଂସ କରାଯାଇଥିବା ପରିପ୍ରେକ୍ଷିରେ ସେନା ବାହିନୀର ମନବଳ ବଢ଼ାଇବା ପାଇଁ ସାରା ରାଜ୍ୟରେ ତ୍ରିରଙ୍ଗା ଶୋଭାଯାତ୍ରା ଜାରି ରହିଛି।
ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରେ ବିଧାୟକ ସାରଦା ପ୍ରଧାନଙ୍କ ନେତୃତ୍ୱରେ ବୁଧବାର ଅପରାହ୍ନ ରେ ତ୍ରିରଙ୍ଗା ଶୋଭାଯାତ୍ରାଅନୁଷ୍ଠିତ ହୋଇଯାଇଛି । କୁଳିଆ ଠାରୁ ହଜାର ହାଜର କର୍ମୀ ଶୋଭାଯାତ୍ରା ରେ ଯୋଗଦେଇ ଥିଲେ । ଏହି ବିଶାଳ ଶୋଭାଯାତ୍ରା ନିଶ୍ଚିନ୍ତକୋଇଲି ବଜ଼ାର ରେ ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଗ୍ରାମ୍ୟଉନ୍ନୟନ , ପଂଚାୟତରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇ ଥିଲେ ।
ଏଥିସହିତ ଗ୍ରାମ୍ୟ ଉନ୍ନୟନବିଭାଗ ଅଧିନ ରେ ବରଅଠା କୁଆଁପାଳ ରାସ୍ତା ର ନବୀକରଣ ସହିତ ଜହିଁଆ ଠାରୁ ଝାରପଡା, ୮. ଏ କେନାଲ ରାସ୍ତା ନବୀକରଣ ପାଇଁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ଶିଳାନ୍ୟାସ କରିଥିଲେ। ଏହି ଶୋଭା ଯାତ୍ରା ରେ ବିଧାୟକ ଶାରଦା ପ୍ରଧାନ ଙ୍କ ସମେତ ଉପାଧ୍ୟକ୍ଷ ନୃସିଂହ ମିଶ୍ର,ନାରୀ ନେତ୍ରୀ ଯାଜ୍ଞ ସେନୀ ଜେନା,ପ୍ରାକ୍ତନ ଉପାଧ୍ୟକ୍ଷ ଅଶୋକ ଓଝା, ସଂଗଠକ ରମେଶ ଚନ୍ଦ୍ର ସ୍ୱାଇଁ, ଯଚିନ୍ଦ୍ର ଜେନାଙ୍କ ସମେତ ବିଭିନ୍ନ ମଣ୍ଡଳ ସଭାପତି, ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଙ୍କ ସମେତ ବହୁ ସମର୍ଥକ ସାମିଲ ହୋଇଥିଲେ ।