ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ

ପଂଚାୟତ କର୍ମଚାରୀଙ୍କଠାରୁ ବିଡିଓଙ୍କ ପର୍ଯ୍ୟନ୍ତ ଲାଗୁ
ଭୁବନେଶ୍ୱର,୦୭/୦୯/୨୦୨୫ (ଓଡ଼ିଶା ସମାଚାର)- ଅଳସୁଆ କର୍ମଚାରୀ ହେବେ ସାବାଡ଼ । ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ପଂଚାୟତ କର୍ମଚାରୀଙ୍କଠାରୁ ବିଡିଓଙ୍କ ପର୍ଯ୍ୟନ୍ତ; ସମସ୍ତଙ୍କ ପାଇଁ ଲାଗୁହେବ ବାୟୋମେଟ୍ରିକ୍ ବ୍ୟବସ୍ଥା । ସମୟାନୁବର୍ତିତା ଓ କାମରେ ସ୍ୱଚ୍ଛତା ଆଣିବାକୁ ଏଭଳି ବ୍ୟବସ୍ଥା କରାଯାଇଛି ଓ ଏନେଇ କଡ଼ା ନିର୍ଦ୍ଧେଶନାମା ଜାରି କରିଛନ୍ତି ରାଜ୍ୟ ସରକାର ।

ଏମିତିକି ଏଣିକି ସମସ୍ତ ଗ୍ରାମ ପଂଚାୟତ, ପଂଚାୟତ ସମିତି, ଜିଲା ପରିଷଦ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ୍ ମେସିନ୍ । ତୁରନ୍ତ ବାୟୋମେଟ୍ରିକ୍ ଉପସ୍ଥାନ ପ୍ରଣାଳୀ ସ୍ଥାପନ ସହ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଧେଶ ଦିଆଯାଇଛି । ଏନେଇ ରାଜ୍ୟର ସମସ୍ତ ଜିଲାପାଳଙ୍କୁ ପଂଚାୟତିରାଜ ବିଭାଗର ନିର୍ଦ୍ଧେଶ ରହିଛି । ଗ୍ରାମପଂଚାୟତ, ବ୍ଲକ ଓ ଜିଲା ପରିଷଦ ଅଫିସ୍ ରେ ଯଥାଶୀଘ୍ର ବାୟୋମେଟ୍ରିକ ଲଗାଇ ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *