କଟକ ସଦର , ୨୭/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) – କଟକ ସଦର ଅନ୍ତର୍ଗତ ଧରିଣା ହାଇସ୍କୁଲକୁ ଆଜି ଶନିବାର ପୂର୍ବାହ୍ନରେ କଟକ ଲୋକସଭା ସାଂସଦ ଭତୃହରି ମହତାବ ପରିଦର୍ଶନ କରି ଫେରିଯାଇଥିବା ଜଣାପଡିଛି। ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ ଧିରେନ୍ଦ୍ର ନାଥ ସାହୁଙ୍କ ପୈ।ରୋହିତ୍ୟରେ ଆୟୋଜିତ ସଭାରେ ସାଂସଦ ଭତୃହରି ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ଭଲ ପାଠପଢି ଵିଦ୍ୟାଳୟର ସୁନାମ ଆଣିବାକୁ
ବକ୍ତବ୍ୟରେ କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ଯୋନ୍ ପ୍ରତିନିଧି ତଥା ପ୍ରହରାଜପୁର ସମିତି ସଭ୍ୟ ଲିୟାକତ ଅଲ୍ଲୀ (ଲାକୋ), ଵିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ପୂର୍ବତନ ସମିତି ସଭ୍ୟ କେଳୁ ଚରଣ ମହାଳି, ସରପଞ୍ଚ ରତ୍ନାକର ରାଉତ,
ଵିଦ୍ୟାଳୟ ପରିଚାଳନା କମିଟି ସଭାପତି ପୂର୍ବତନ ସମିତି ସଭ୍ୟ ସୁକାନ୍ତ ଖଟୁଆ, ସଂପାଦକ ଶରତ ଚନ୍ଦ୍ର ଦାଶ, ଅକ୍ଷୟ ଜେନା ପ୍ରମୁଖ ଯୋଗ ଦେଇଥିଲେ। ପରିଚାଳନାରେ ନିରଞ୍ଜନ ଶତପଥି,ମାନସ ରଞ୍ଜନ ପଣ୍ଡା, ସଞ୍ଜୟ ବିଶୋଇ,ମାନସ ରଞ୍ଜନ ସ୍ୱ। ଇଂ, ସସ୍ମିତା ବେହେରା, ଗୋବିନ୍ଦ ପଣ୍ଡା,ଲିଲିପ୍ରିୟା ରାଉତଙ୍କ ସମେତ ଵିଦ୍ୟାଳୟର ସମସ୍ତ କର୍ମଚାରୀ ସହାୟତା କରିଥିଲେ। ସେହିପରି ସାଂସଦ ଉକ୍ତ ୭ ନମ୍ବର ଯୋନ୍ ର ତେଲଦିଆ ହାଇସ୍କୁଲ ପରିଦର୍ଶନ କରିଥିବା ଜଣାଯାଇଛି ।
ଧରିଣା ହାଇସ୍କୁଲ ପରିଦର୍ଶନ କଲେ ସାଂସଦ ଭତୃହରି ମହତାବ
