ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର ପାଇଁ ଶ୍ରୀମତୀ ସଂଯୁକ୍ତା ସେଠୀଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଅଭିନନ୍ଦନ

ଭୁବନେଶ୍ୱର,୧୧/୯/୨୦୨୪ (ଓଡ଼ିଶା ସମାଚାର)- ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ମାଲକାନଗିରି ର ସଂଯୁକ୍ତା ସେଠୀଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର ମିଳିଛି । ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସଂଯୁକ୍ତା ସେଠୀ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସିଂ ଅଫିସର ତଥା ଓଟି-ଇନ୍ ଚାର୍ଜ ସିଷ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ଏଥି ସହିତ ଜିଲ୍ଲା କ୍ୱାଲିଟି ଆସ୍ୟୁରାନ୍ସ ଟିମ ସଦସ୍ୟା ସହ ବାୟୋ ମେଡିକାଲ୍ ୱେଷ୍ଟ ସୁପରଭାଇଜର ମଧ୍ୟ ଅଛନ୍ତି। ସଂଯୁକ୍ତାଙ୍କ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି —  ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ତଥା ଉତ୍ତମ ସେବା ଯୋଗାଇବା ଭଳି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ, ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵାରା “National Florence Nightingale” ସମ୍ମାନରେ ସମ୍ମାନିତ ହୋଇଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନର୍ସିଂ ଅଫିସର ସୁଶ୍ରୀ ସଞ୍ଜୁକ୍ତା ସେଠୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆପଣଙ୍କ ସେବା ଏମିତି ଜାରି ରହୁ ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖେ ମୋର ପ୍ରାର୍ଥନା ।

ଆଜି ତାଙ୍କୁ ଏହି ପୁରସ୍କାର ମିଳିବା ପରେ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି। ଜିଲ୍ଲାରେ ଗତ ୩୦ ବର୍ଷ ଧରି ଉତ୍ତମ ସେବା,ବ୍ୟର୍ଜବସ୍ତୁ ପରିଚାଳନା,ଦୁର୍ଘଟଣାରେ ସବୁଠାରୁ ଅଧିକା ଆହତଙ୍କୁ ଚିକିତ୍ସା କରି ରେକର୍ଡ ତଥା ଜିଲ୍ଲାରେ ଜଣେ ଆଦର୍ଶ ସେବିକା ଭାବେ କାର୍ଯ୍ୟ କରିଆସୁଥିବାରୁ ତାଙ୍କୁ ଏହି ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାରରେ ସମ୍ମାନୀତ କରାଯାଇଛି।

 ସେ ଏହି ପୁରସ୍କାର ପାଇବା ପରେ ନିଜକୁ ଗୌରବାନ୍ବିତ ମନେ କରିବା ସହ ଏହା ଜିଲ୍ଲାବାସୀଙ୍କ ଆର୍ଶିବାଦ ବୋଲି କହିଛନ୍ତି। ଆଗକୁ ମଧ୍ୟ ସେ ଏହି ସେବା ଜାରି ରଖିବେ ବୋଲି କହିଛନ୍ତି। ପ୍ରକାଶ ଥାଉକି ଭାରତୀୟ ନର୍ସିଂ ପରିଷଦ ତରଫରୁ ଉତ୍ତମ ସେବା ପାଇଁ ତାଂକ ନାମ ସୁପାରିଶ କରାଯାଇଥିଲା।

                                     https://x.com/MahalingMukesh/status/1833773615311130742

Leave a Reply

Your email address will not be published. Required fields are marked *