ଅସହାୟ ଙ୍କୁ ସାହାଯ୍ୟ ପ୍ରଦାନ

ଗରଦପୁର,୦୬/୦୯/୨୦୨୫(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ, ସାନଅଢଙ୍ଗା ଗ୍ରାମ ପଂଚାୟତ ଅନ୍ତର୍ଗତ ଅରିଲୋ ଗ୍ରାମ ନିବାସୀ ଚାଉଳିଆ ବାମରା ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ସମାଜସେବୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମହାନ୍ତି ଅରିଲୋ ଗ୍ରାମର ଅସହାୟ ମହିଳା ସାଧୁ ଜେନା ଙ୍କ ବୋହୁ ସୁଜାତା ଜେନା, ଶିକ୍ଷା ଅର୍ଜନ କରିବା ପାଇଁ ମେଧାବୀ ଛାତ୍ରୀ ଦିଲ୍ଲିପ ବର୍ଦ୍ଧନ ଙ୍କ ଝିଅ ସାସ୍ୱତୀ ବର୍ଦ୍ଧନ ଏବଂ ବହୁ ରୋଗରେ ପୀଡିତ ରତ୍ନାକର ବର୍ଦ୍ଧନ ଆଦି ଉଭୟ ଙ୍କୁ ୫୦୦୦(ପାଂଚ ହଜାର) ଟଙ୍କା ଲେଖାଁଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି ମହାନ ଓ ପରୋପକାରୀ ତଥା ସମାଜସେବା ପାଇଁ ଶ୍ରୀଯୁକ୍ତ ମହାନ୍ତି ଙ୍କୁ ଗ୍ରାମବାସୀ ମାନେ ସାଧୁବାଦ ଦେବା ସହ ବିଭିନ୍ନ୍ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *