ରାଜପୁର ଡକାୟତ ଘଟଣା ର ପର୍ଦା ଫାସ୍ କଲା କଲାହାଣ୍ଡି ପୋଲିସ,୫ ଅଭିଯୁକ୍ତ ଗିରଫ

ଜୁନାଗଡ଼, ୭/୮/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)- ଜୁନାଗଡ ଥାନା ଅନ୍ତର୍ଗତ ରାଜପୁର ଗ୍ରାମ ର ବୈଶ୍ୟାନର ନାଏକ ଙ୍କ ଘରୁ ଡକାୟତ ମାନେ ପଶି ନଗଦ ଟଙ୍କା ଓ ଗହଣା ଲୁଟ୍ କରି ଫେରାର ଥିବା ଡକାୟତ ଗ୍ୟାଙ୍ଗକୁ କଳାହାଣ୍ଡି ପୋଲିସ ଗିରଫ୍ କରି ପାର୍ଦା ଫାସ୍ କରିଛି। ଜୁନାଗଡ ଥାନା ପରିସର ମଧ୍ୟ ରେ ଆଜି କଳାହାଣ୍ଡି ପୋଲିସ ପକ୍ଷ୍ରୁଏକ ପ୍ରେସ ମିଟ୍ କରି ରାଜପୁର ଡକାୟତ ଦଳ ର ୫ ଜଣ ଅଭିଯୁକ୍ତ, ଜବତ ଟଙ୍କା ଓ ସୁନାଗହଣା ସାମ୍ନା କୁ ଆଣି ଏହି ଡକାୟତି ଘଟଣାର ପର୍ଦାଫାସ କରିବା ସହ ପ୍ରେସ ବିବୃତି ରଖିଥିଲେ । ଏଥିରେ ଧର୍ମଗଡ଼ ଉପଖଣ୍ଡ ପୋଲିସ୍ ଅଧିକାରୀ ମନୋଜ କୁମାର ବେହେରା, ଜୁନାଗଡ ଆଇ ଆଇ ସି ଉଲ୍ଲାସ ରାଉତ ଧର୍ମଗଡ଼ ଆଇ ଆଇ ସି ଓ ଜୟ ପାଟଣା ଆଇ ଆଇସି ଶେଷଦେବ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। । ଗତ ୧ ତାରିଖ ରାତ୍ର୧ ଘଣ୍ଟା ସମୟ ରେ ରାଜପୁର ଗ୍ରାମ ର ବୈଶ୍ୟାନର ନାଏକ ଙ୍କ ଘରେ ପ୍ରାୟ ୧୦ ରୁ ଉର୍ଦ୍ଧ ସଶସ୍ତ୍ର ଡକାୟତ ଜବରଦସ୍ତି ପଶି ଘର ଲୋକଙ୍କୁ ଭୟଭିତ କରି ନଗଦ ୪ ଲକ୍ଷ୍ୟ ଟଙ୍କା ଓ ୧୩ ଭରି ସୁନାଗହଣା ଲୁଟି ନେଇ ଫେରାର୍ ହୋଇଯାଥିଲେ । ଏହି ସଂକ୍ରାନ୍ତ ରେ ଜୁନାଗଡ ଥାନା କେଶ୍ ନ ୨୯୭/୨୪ ଅନୁଯାଇ ଏକ କେଶ୍ ରୁଜୁ କରିବା ସହ କଳାହାଣ୍ଡି ଏସ୍ ପି ଅଭିଳାଷ ଜି ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଓ ଛାନଭିନ ଜୋରଦାର କରିଥିଲେ।ଏହି ଟିମ ବିଭିନ୍ନ ଅଞ୍ଚଳରେ ଛାନଭିନ୍ କରିବା ସହ ଏହି ଡକାୟତି ରେ ସମ୍ପୃକ୍ତ ଥିବା ୫ ଜଣ ଅଭିଯୁକ୍ତ ଙ୍କୁ କମ୍ ଦିନ ମଧ୍ୟରେ ଗିରଫ କରିବାରେ ସଫଳ ହୋଇଥିଲେ । ଗିରଫ ହୋଇଥିବା ଅଭିଯୁକ୍ତ ଙ୍କ ଠାରୁ ନଗଦ ୧ ଲକ୍ଷ୍ ୭୦ ହଜାରଟଙ୍କା ସହ ଏକ ସୁନାର ନେକଲେସ୍ ସହ ଏକ ମଙ୍ଗଳ ସୂତ୍ର ଜବତ କରିଥିଲେ । ଏହି ଡକାୟତ ଦଳ କିଛି ସ୍ଥାନୀୟ ଅଞ୍ଚଳ ର ଲୋକ ହୋଇଥିବା ବେଳେ ଆଉ କେତକ ନବରଙ୍ଗପୁର, ରାଇଗଡ଼ା ,କୋରାପୁଟ ଅଞ୍ଚଳ ର ହୋଇଥିବା ପ୍ରକାଶ କରିଛନ୍ତି । ଏହି ଡକାୟତ ଦଳ ରେ ଏମାଙ୍କ ସହ ଆହୁରି ୬ ରୁ ୭ ଜଣ ସମ୍ପୃକ୍ତି ଥିବା ରୁ ସେମାନଙ୍କୁ ଗିରଫ ପାଇଁ ତଦନ୍ତ ଓ ଛାନଭିନ୍ ଜାରି ରହିଥିବା ପ୍ରକାଶ କରିଛନ୍ତି । ଏହି ତଦନ୍ତ ପ୍ରକିୟା ରେ ବାଧା ଉପୁଜିବା ସମ୍ଭାବନା ଥିବାରୁ ଅଭିଯୁକ୍ତ ଙ୍କ ନାମ ଓ ଠିକଣା ଗୋପନ ରଖିଥିବା ଉପଖଣ୍ଡ ପୋଲିସ୍ ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।ଏଥିସହ ଅତିଶୀଘ୍ର ଡକାୟତ ଗ୍ୟାଙ୍ଗ ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ହେଲେ ରାଜପୁର ଡକାୟତ ପୂର୍ବରୁ ଚିଚେଇଁ ଗୁଡା ମନ୍ଦିର ନିକଟ ରେ ଜଣେ ଓକିଲ ଙ୍କ ଠାରୁ ଲୁଟ କରିଥିବା ଡକାୟତ ମାନେ ଧରା ପଡି ନଥିବା ବେଳେ ଗିରଫ ହୋଇଥିବା ଡକାୟତ ଦଳ ଏବ୍ଂ ଫେରାର୍ ଥିବା ଡକାୟତ ମାନେ ଜୟପାଟଣା ଅଞ୍ଚଳ ରେ ହୋଇଥିବା ଡକାୟତ ରେ ସମ୍ପୃକ୍ତ ଥିବା ସହ ଏକାଧିକ ଲୁଟ ଓ ଡକାୟତ ଘାଟଣା ରେ ସମ୍ପୃକ୍ତ ଥିବା ପୋଲିସ ପ୍ରକାଶ କରିଛି ।

Leave a Reply

Your email address will not be published. Required fields are marked *