କଟକ ସଦର ଵ୍ଲକର ୧୫୯ ଜଣ ହିତାଧିକାରୀଙ୍କୁ ତୃତୀୟ ପର୍ଯ୍ୟାୟ ପକ୍କା ଘର କାର୍ଯ୍ୟାଦେଶ ବଣ୍ଟନ

 କିଶନନଗର ପଞ୍ଚାୟତ ରୁ ସର୍ବାଧିକ ୨୬ ଜଣ,

କଟକ ସଦର,୧୬/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଵ୍ଲକର ୨୩ ଗୋଟି ପଞ୍ଚାୟତର ୧୫୯ ଜଣ ହିତାଧିକାରୀଙ୍କୁ ଆଜି ଗୁରୁବାର ଦିନ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ତୃତୀୟ ପର୍ଯ୍ୟାୟ ଅùନ୍ତýûଦୟ ଗୃହ ଯୋଜନାରେ ଘର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ଏଥିରେ କିଶନନଗର ପଞ୍ଚାୟତର ସର୍ବାଧିକ ୨୬ ଜଣଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିବା ଏଵଂ ଗତିରାଉତ ପାଟଣା ପଞ୍ଚାୟତ ଓ‌ କୂଳସରିଚୁଆଁ ପଞ୍ଚାୟତରୁ ଜଣେ କେହି ପାଇନଥିବା ରୁ ଅସନ୍ତୋଷ ଦେଖାଦେଇଛି। ଦୁଇଟି ପଞ୍ଚାୟତର କେହି ପାଇନଥିବା ରୁ ଅସନ୍ତୋଷ ଦେଖାଦେଇଛି। ଏଥିପାଇଁ ଏହାର ତଦନ୍ତ ସହ ଉପଯୁକ୍ତ ହିତାଧିକାରୀ ଙ୍କୁ ଚିହ୍ନଟ କରି ସେମାନଙ୍କ ର ତାଲିକା ପ୍ରସ୍ତୁତ କରିବାକୁ ବିଧାୟକ ଵିଡିଓ ଙ୍କୁ ନିର୍ଦେଶ ଦେଇଥିଲେ ।

ଏଥିରେ ପ୍ରହରାଜପୁର ପଞ୍ଚାୟତ ର ଜନୈକ କିଡନୀ ଆକ୍ରାନ୍ତ ସୟଦ ଆବାସ ଅଲ୍ଲୀ ଙ୍କ ପାଇଁ ତାଙ୍କ ପତ୍ନୀଙ୍କୁ ପକ୍କା ଘର କାର୍ଯ୍ୟାଦେଶ ଦିଆଯାଇଥିବା ରୁ ସନ୍ତୋଷ ପ୍ରକାଶ ପାଇଛି। ସୂଚନା ଯୋଗ୍ୟ ଯେ କିଡନୀ ଆକ୍ରାନ୍ତ ଆବାସ ଙ୍କୁ ବହୁ ବଦାନ୍ୟ ବ୍ୟକ୍ତିଵିଶେଷ ଓ ଅନୁଷ୍ଠାନ ସହାୟତା ର ହାତ ବଢ଼ାଇଥିଵା ବେଳେ ଆଵାସ ଙ୍କୁ ଆବାସ ଯୋଗାଇଦେବାକୁ ବିଭିନ୍ନ ସମୟରେ ଗଣମାଧ୍ୟମ ରେ ଖଵର ପ୍ରକାଶ ପାଇ ଆସୁଥିଲା।

ଏହି ଉପଲକ୍ଷେ ସଦର ଵିଡିଓ ପ୍ରତୀକ ସାହୁ ଙ୍କ ପୈ।ରୋହିତ୍ୟରେ ଓ ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ୍ ଙ୍କ ସଂଯୋଜନା ରେ କନ୍ଦରପୁର ଠାରେ ଆୟୋଜିତ କାର୍ଯ୍ୟାଦେଶ ବଣ୍ଟନ ସଭାରେ ବିଧାୟକ ଇଂ ସେଠୀ ଙ୍କ ସହିତ ସଦର ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନା, ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ବିଜେପି ନେତା ଅଶୋକ ସାହୁ, ସୁରେଶ ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପରିଚାଳନା ରେ ଵିପିସି ଇତିଶ୍ରୀ ରାଜ, କନ୍ଦରପୁର ବିଜେପି ମଣ୍ଡଳ ସଭାପତି ନିରଂଜନ ରାଉଳ ଙ୍କ ସମେତ ସମସ୍ତ ପଞ୍ଚାୟତର ପିଇଓ ମାନେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *