୧୨ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଲକ୍ଷ୍ମୀପୁର ୦୬/୦୯/୨୦୨୫ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)-ଲକ୍ଷ୍ମୀପୁର ବାସନ୍ତୀ କଲ୍ୟାଣୀ ମଣ୍ଡପ ଠାରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ବ୍ଲକ ଶିକ୍ଷକ ସଂଘ ସଭାପତି ଦୟା ନିଧି ଗରଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ରିତା ମହାନ୍ତି ଯୋଗ ଦେଇଥିବା ବେଳେ ଏବିଇଓ ବିଭୁତି ଭୂଷଣ ଟାକ୍ରୀ,ରାଜ୍ୟ ଶିକ୍ଷକ ସଂଘ ଉପ ସଭାପତି ସୁରେନ୍ଦ୍ର କୁଲଦୀପ,ଜିଲ୍ଲା ସଭାପତି ତ୍ରିନାଥ ହରିଜନ,ଜିଲ୍ଲା ଉପ ସଭାନେତ୍ରୀ ବୈଜୟନ୍ତ ମାଳା ଖସଲା,ବ୍ଲକ ଶିକ୍ଷକ ସଂଘ ସମ୍ପାଦକ ତ୍ରିନାଥ ମହାପାତ୍ର,ସାଙ୍ଗାନ୍ନା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ୧୨ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଉପଢୌକନ ଶହ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଇ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।

ଏଇ କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ଭାଷଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଲକ୍ଷ୍ମୀପୁର ବ୍ଲକର ବହୁ ସଂଖ୍ୟାରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ରମେଶ ଦୋରା ଓ ଶିକ୍ଷୟତ୍ରୀ କୁମୁଦିନୀ ଗରଡ଼ା,ପୁଷ୍ପାଞ୍ଜଳି ଚୌଧୁରୀ ପରିଚାଳନା କରିଥିଲେ। ଝାଡ଼େଶ୍ୱର ଦୋରା,ଇଶ୍ୱର ମିଣିଆକା, ହେମନ୍ତ ମହାନନ୍ଦିଆ,ସିମାଞ୍ଚଳ ବୈପାରୀ,ପ୍ରେମାନନ୍ଦ ବିଶୋଇ, ସତ୍ୟ ବୈଦ୍ୟ,ପ୍ରମିଳା ଇକା,ଜି.ଧନ ଲକ୍ଷ୍ମୀ,ପ୍ରିୟମ୍ବଦା ସାହୁ ଙ୍କ ସମେତ ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ସବୁ କ୍ଷେତ୍ରରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *