ସାଲେପୁର,୧୨/୦୬/୨୦୨୪(ଓଡିଶା ସମାଚାର /ଅଭୟଜେନା) – ମହାନଦୀ ଚିତ୍ରୋତ୍ପଳା ଦ୍ବିପାଞ୍ଚଳ ଗୋପୀନାଥ ପୁର ମାତାରିଣୀ ଙ୍କ ପୀଠ ରେ ବିଶ୍ଵଦେବ ସମାଜ ଓଡିଶା ଶାଖା ଆନୁକୂଲ୍ୟରେ ପଞ୍ଚ ମହାଯଜ୍ଞ ଅନୁଷ୍ଠିତ ହେଉଛି ।
ଏହି ଧାର୍ମିକ ଓ ଆଧ୍ୟାତ୍ମିକକାର୍ୟ୍ୟକ୍ରମ ରେ ନିରାକାର ପରଂବ୍ରହ୍ମ ଅଦୃଶ୍ୟ ଶକ୍ତିଙ୍କ ସାନିଧ୍ୟ ଲାଭ ଉଦ୍ୟେଶ୍ୟ
ରେ ପଞ୍ଚ ମହାଯଜ୍ଞ ଅନୁଷ୍ଠିତ ହେଉଛି । ଏଥିରେ ଘୃତ ଯଜ୍ଞ,ନାମ ଯଜ୍ଞ,ପିତୃ ଯଜ୍ଞ, ଜ୍ଞାନ ଯଜ୍ଞ ଓ ଅନ୍ନ ଯଜ୍ଞ ଅନୁଷ୍ଠିତ ହେଉଛି । କାର୍ୟ୍ୟକ୍ରମ ରେ ବିଶିଷ୍ଟ ଆଧ୍ୟାତ୍ମିକ ପ୍ରବକ୍ତା ଓ ପଣ୍ଡିତ ବର୍ଗ ପିତୃ ମାତୃ ପୂଜନ ହିଁ ପ୍ରକୃତ ମାର୍ଗ ଦର୍ଶନ ବୋଲି ବକ୍ତବ୍ୟ ରଖି ଥିଲେ । ଯଜ୍ଞାନୁଷ୍ଠାନ ରେ ଦିବ୍ୟଲୋକ ସଂଧାନେ ର ସମ୍ପାଦକ ପଣ୍ଡିତ ସନ୍ୟାସୀ ଜୀ ,ଦେବକନ୍ୟା ଅରୁନ୍ଧତୀ,
ପଣ୍ଡିତ ଶିଶିର କୁମାର ତ୍ରିପାଠୀ, ଅଧ୍ୟାପକ ଦେବପୁତ୍ର ନିରଞ୍ଜନ ସାମଲ, ଦେବପୁତ୍ର ମନୋଜ ପଣ୍ଡା,ଦେବକନ୍ୟା ସଞ୍ଜୁବାଳା ପଣ୍ଡା ସମ୍ପାଦନ କରିଥିଲେ । ବିଶ୍ଵଦେବ ସମାଜ ଅନ୍ତର୍ଜାତୀୟ ସଭାପତି କଳା ଭୂଷଣ ପ୍ରଶାନ୍ତ କର କାର୍ୟ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିଲେ ।
ବିଶ୍ଵଦେବ ସମାଜ ଓଡିଶା ଶାଖା ଆନୁକୂଲ୍ୟରେ ପଞ୍ଚ ମହାଯଜ୍ଞ
