ଭୁବନେଶ୍ୱର,୦୮/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ବରିଷ୍ଠ ବିଜେପି ନେତା ମନମୋହନ ସାମଲ ପୁଣି ଥରେ ଓଡ଼ିଶା ବିଜେପି ର ରାଜ୍ୟ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସର୍ବସହମତିରେ ତାଙ୍କୁ ଚତୁର୍ଥ ଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିର୍ବାଚିତ କରାଯାଇଛି।
ସୋମବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଥିଲା, ଯେଉଁଠାରେ ମନମୋହନ ସାମଲ ଏକମାତ୍ର ନାମାଙ୍କନ ଦାଖଲ କରିଥିଲେ। ଆଜି ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ବିଧିବଦ୍ଧ ଭାବେ ମନମୋହନଙ୍କ ନାମକୁ ରାଜ୍ୟ ସଭାପତି ଭାବେ ଘୋଷଣା କରିଛନ୍ତି।
୨୦୨୪ ବିଧାନସଭା ନିର୍ବାଚନରେ ମନମୋହନଙ୍କ ନେତୃତ୍ୱରେ ବିଜେପି ଓଡ଼ିଶାରେ ଐତିହାସିକ ବିଜୟ ହାସଲ କରି ଏକାକୀ ସରକାର ଗଠନ କରିଥିଲା। ତାଙ୍କ ନେତୃତ୍ୱ ଓ ରଣନୀତିକୁ ଦଳୀୟ କର୍ମୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ଲଗାତାର ଦ୍ଵିତୀୟ ଏବଂ ମୋଟ୍ ଚତୁର୍ଥଥର ପାଇଁ ରାଜ୍ୟ ସଭାପତି ଭାବେ ମନମୋହନ ନିର୍ବାଚିତ ହୋଇଛନ୍ତି ।
