କଟକ ସଦର,୦୫/୦୯/୨୦୨୫(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଆଜି ଶୁକ୍ରବାର ସର୍ବତ୍ର ଗୁରୁଦିବସ ପାଳନ ହେଉଥିବା ବେଳେ କଟକ ସଦର ଅନ୍ତର୍ଗତ ଵୈୟାଳିଶ ମୌଜା ବ୍ରହ୍ମପୁର ଠାରେ କଟକ ସଦର ନିର୍ବାଚନମଣ୍ଡଳୀ ସ୍ତରୀୟ ଶିକ୍ଷକ ସମ୍ମାନ ସମାରୋହ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ବାଣିଜ୍ୟ, ପରିବହନ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୁଷଣ ଜେନା ଯୋଗ ଦେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ମାନୀତ କରି ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶର ଦାୟିତ୍ୱ ଶିକ୍ଷକ ମାନଙ୍କର ହୋଇଥିବାରୁ ସେମାନଙ୍କୁ ଗୁରୁ ଭାବେ ସମ୍ମାନିତ କରାଯାଇଥାଏ ବୋଲି କହିଥିଲେ।
ଏଥିରେ ଅତିଥି ଭାବେ କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ, ରାଜ୍ୟ ଵିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା ପ୍ରମୁଖ ଯୋଗଦେଇଥିଲେ। ହେଲେ ଉତ୍ସବ ସ୍ଥଳରେ କେତେକ ଅବ୍ୟବସ୍ଥା ଯୋଗୁ କେତେକ ଶିକ୍ଷକ ଶିକ୍ଷୟିତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ ।
