କେନ୍ଦ୍ରାପଡ଼ା,୨୬/୦୭/୨୦୨୫(ଓଡ଼ିଶା ସମାଚାର)- ବାନ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ ଗରୀବ ମେଧାବୀ ଛାତ୍ରୀଙ୍କୁ ଶିକ୍ଷାବୃତି ପ୍ରଦାନ କରାଯାଇଛି ।
ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ସୁଦୂର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟର ଟ୍ରଷ୍ଟି ଭୁବନମୋହନ ଦାସ ବସପୁରଗ୍ରାମସ୍ଥିତ ଦିଲ୍ଲିପ କୁମାର ନାୟକଙ୍କ ଘରେ ପହଂଚି ତାଙ୍କ ଝିଅ ତଥା କେନ୍ଦ୍ରାପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟର +୨ ବିଜ୍ଞାନ ଛାତ୍ରୀ ବର୍ଷାପ୍ରିୟଦର୍ଶିନୀ ନାୟକଙ୍କୁ ୩ହଜାର ଟଙ୍କା ଶିକ୍ଷାବୃତି ପ୍ରଦାନ କରିବା ସହ ତାଙ୍କର ଉତରୋତର ଉନ୍ନତିକାମନା କରିଥିଲେ ।
